ବିପଦକୁ ଡାକୁଛି ମାଣିକ୍ଯପୁର ଗାଁର ମୁକୁଳା ଟ୍ରାନ୍ସଫର୍ମର
ବୁଗୁଡ଼ା : ତା ୨୬/୦୫/୨୩ : ଖୋଲାମେଲାରେ ରହିଛି
ବିଦ୍ୟୁତ ଟ୍ରାନ୍ସ ଫରମର , ତାହା ପୁଣି ଲଟାବୁଦାରେ
ପରିପୂର୍ଣ୍ଣ, ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି
ଏକ ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ବ୍ଲକ
ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଣିକ୍ଯପୁର
ଗାଁ ରାସ୍ତା କଡରେ । ଗାଁ ମୁହଁ ରାସ୍ତା କଡରେ ଥିବା ଏହି
ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ
ଗଛରେ ବିଦ୍ୟୁତ ପ୍ରବାହ ହେଉଛି | ସେହି ପାଖ ଦେଇ
ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ
କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ
ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥୁବା ବେଳେ
ଆଜି ଗାଈ ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ
ରକ୍ଷା ପାଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣ
ପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ
ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ
ସେଥପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ
ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି
ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ
ଦେଖା ଦେଇଛି । ବିଭାଗୀୟ ଉଚ୍ଚ ଅଧିକାରୀ ଏ ଦିଗରେ
ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି
ହେଉଛି ।