April 25, 2026

ଶ୍ରମିକ ଭବନ ଉଦଘାଟନ କାର୍ଯ୍ୟକ୍ରମ l

46454730-77b9-43cd-b2bf-a821f2d7dfca
Share


୨୬/୦୫/୨୦୨୩,
କୋରାପୁଟ ଜିଲ୍ଲା ଜୟପୁର ଗ୍ଲୋକାଲ୍ ହସ୍ପିଟାଲ୍ ନିକଟସ୍ତ ନିର୍ମାଣ ଶ୍ରମିକ ମିଳିତ ସଂଘ ର ଶ୍ରମିକ ଭବନ ଉଦଘାଟନ ହୋଇଯାଇଛି । ଏହି ସଂଘର ସଭାପତି ଶ୍ରୀ ଵାଲା ରାୟ ଙ୍କ ନିର୍ଦ୍ଦେଶନାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ଯୋଗଦେଇ ତାଙ୍କର ଅଭିଭାଷଣ ରେ ଶ୍ରମିକ ମାନଙ୍କ ହିତ ନିମନ୍ତେ ବହୁତ କିଛି ବକ୍ତବ୍ୟ ରଖିଥିଲେ I ୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଶ୍ରମିକ ଭବନ କୁ ବିଧାୟକ ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ଏବଂ ଭବନର କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ନିର୍ମାଣ ଶ୍ରମିକ ସଂଘକୁ ପୁଣିଥରେ ଆଜି ୨ ଲକ୍ଷ ଟଙ୍କା ର ଅନୁଦାନ ଦେବାକୁ ବିଧାୟକ ବାହିନୀପତି ଘୋଷଣା କରିଥିଲେ । ଏହି ଘୋଷଣା ପରେ ଶ୍ରମିକ ମାନେ ଭାଲୁ ଭାଇନା ( ତାରା ପ୍ରସାଦ ବାହିନୀପତି ) ଜିନ୍ଦାବାଦ ର ନାରା ଦେଇଥିଲେ । ଆଜିର ଉତ୍ସବରେ ସଂଘ ର ସମସ୍ତ ପଦାଧିକାରୀ ତଥା କାର୍ଯ୍ୟକାରୀ ସଭାପତି ସଂଜୀବ ସଗରିଆ, ଉପସଭାପତି ପାଢ଼ୀ ସାହୁ, ରାମ ଟାକ୍ରୀ,ସାଧାରଣ ସମ୍ପାଦକ ପ୍ରେମ ମୋହନ ବାଘ, ସହ ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ଡାକୁଆ,କୋଷାଧକ୍ଷ ଆର୍ ସୁଦର୍ଶନ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାୟକ, ପତିରାମ ଖରା, ଜଗା ହିଆଲ, ସନ୍ତୋଷ କୁମାର ସାହୁ, ପିତବାସ ଖରା, ପ୍ରକାଶ ଚନ୍ଦ୍ର ସାହୁ, ଉଦୟ ନାଥ ସାହୁ, ସମେତ ଶ୍ରମିକ ମାନେ ଉପସ୍ଥିତ ରହି ଆଜିର ଉଦଘାଟନ ଉତ୍ସଵକୁ ସାଫଲ୍ୟ କରିଥିଲେ । ସର୍ବ ଶେଷରେ ଏହି ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ନିର୍ମାଣ ଶ୍ରମିକ ମିଳିତ ସଂଘର ସଦସ୍ୟ ମାନଙ୍କୁ ସଂଘ ର ଉପଦେଷ୍ଟା ଶ୍ରୀ ପ୍ରବୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed