April 29, 2026

ଉମରକୋଟ ଗଂଜେଇ ଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ………

IMG-20260411-WA0041
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗଞ୍ଜେଇ ଚୋରା ଚାଲାଣ କରିଥିବା ଅଭିଯୋଗ ରେ ଉମରକୋଟ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଅବକାରୀ ବିଭାଗ ପେଟ୍ରଲିଂ କରୁଥିବା ସମୟ ରେ ନେହୁରା ଗ୍ରାମ ପଞ୍ଚାୟତ ର ବାଉଁସବେଡ। ଗ୍ରାମ ର ଯୁଧିଷ୍ଟିର ପାଇକ ୨୧ ବର୍ଷ ଗଞ୍ଜେଇ ନେଉ ଥିବା ସମୟରେ ଅବକାରୀ ବିଭାଗ ହାତରେ ଧର। ପଡ଼ିଥିଲେ ଓ ତାଠାରୁ ୨ କେଜି ଗଞ୍ଜେଇ ଜବତ କରିଛି ବିଭାଗ ,ସେହିପରି ଧୋଡ୍ରା ଗାଁ ନିକଟସ୍ଥ ତେନ୍ତୁଳିଗାଁ ଗ୍ରାମର ଖଗପତି ଭତ୍ର। ଗଂଜେଇ ନେଉଥିବା ସମୟ ରେ ଅବକାରୀ ବିଭାଗ ଦ୍ୱାରା ଧର ପଡ଼ି ଯାଇଥିଲେ। ଖଗପତି ଠାରୁ ୨ କିଲୋ ୧୭୫ ଗ୍ରାମ ଗଞ୍ଜେଇ ଜବତ କରିଛି ବିଭାଗ। ଏହି ୨ ଜଣ ଙ୍କୁ କୋର୍ଟ ଚାଲାଣ ପରେ ଜେଲ କୁ ପଠାଇ ଦିଆ ଯାଇଛି। ଏହି ସମୟ ରେ ଉମରକୋଟ ଅବକାରୀ ବିଭାଗ ର ନିରୀକ୍ଷକ ରଞ୍ଜୁ ଲତା ବାରିକ, ଅବକାରୀ ଉପ ନିରୀକ୍ଷକ ସୁଶିଲ ଭୋଇ ଙ୍କ ସମେତ ଅନ୍ୟ ଅବକାରୀ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।