ଆଜିର ଖବର..
୧-ତାତିରେ ଲାଗିବ ବ୍ରେକ୍; ଟ୍ରଫ୍ ଲାଇନ୍ ପ୍ରଭାବରେ ଆଜିଠୁ ଆରମ୍ଭ ବର୍ଷା; ଆଶ୍ୱସ୍ତି ଦେବ କାଳବୈଶାଖୀ।
୨-ଓଜେଇଇ-୨୦୨୬ ପାଇଁ ତାରିଖ ଘୋଷଣା: ମେ’ ୪ରୁ ୧୦ ପର୍ଯ୍ୟନ୍ତ CBT ମୋଡରେ ହେବ ପରୀକ୍ଷା।
୩-କଟକ:OCS ମୁଖ୍ୟ ଲିଖିତ ପରୀକ୍ଷାରେ ୩୮୫ ହେଲେ କୃତକାର୍ଯ୍ୟ।
୪-ନାମ ଲେଖା ପ୍ରକ୍ରିୟା ଜାରି,ଖୋଲା ରହିବ ବିଦ୍ୟାଳୟ,ଖରାଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ।
୫-କେନ୍ଦୁଝର:ବ୍ୟାଙ୍କକୁ କଙ୍କାଳ ନେଇ ଆସିଥିବା ଜିତୁ ମୁଣ୍ଡାଙ୍କୁ ମିଳିଲା ଟଙ୍କା, ଘର ଦୂଆରକୁ ଗଲା ବ୍ୟାଙ୍କ।
୬-ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, NHRCରେ ରୁଜୁ ହେଲା ମାମଲା।
୭-୧୦ ବର୍ଷ ପରେ ବି ସୁଧୁରିଲାନି ବ୍ୟବସ୍ଥା, ସେବେ ଦାନ ମାଝୀ, ଏବେ ଜିତୁ ମୁଣ୍ଡା, ନିନ୍ଦିତ ହେଲା ରାଜ୍ୟ, ସମାଲୋଚିତ ହେଲେ ସରକାର।
୮-ଟିଟିଲାଗଡ,ଲେଶୁନ ବାହାଲି:ଓଲଟିଲା ପିକ୍ଅପ୍ ଭ୍ୟାନ, ୩ ନାବାଳକ ମୃତ ଓ ୩ ଗୁରୁତର।
୯-ଭୁବନେଶ୍ୱର:ଇନ୍ଧନ ଗ୍ୟାସ୍ ଓ ପେଟ୍ରୋଲ-ଡିଜେଲ ଯୋଗାଣର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ, କହିଲେ, ସ୍ଥିତି ଏବେ ସ୍ୱାଭାବିକ।
୧୦-ଭୁବନେଶ୍ୱର:ବୃଦ୍ଧି ହେଲା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକଙ୍କ ଦରମା।
୧୧-୯୦ ବର୍ଷରେ ପାଦ ରଖିଲା ଓଡ଼ିଆ ସିନେମା; ‘ସୀତା ବିବାହ’ରୁ ଆରମ୍ଭ ଗୌରବ ଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା।
୧୨-ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢ଼ିବ କଂଗ୍ରେସ; ବିଜେଡି ସହ ହେବନି ମେଣ୍ଟ, କ୍ରସ୍-ଭୋଟିଂ ପରେ ବଦଳିଲା ରଣନୀତି
୧୩-କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଗଡ଼ରେ ଟଳମଳ ସ୍ଥିତି, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିକୁ ସଙ୍ଗଠନ ଚିନ୍ତା।
୧୪-ଝାରସୁଗୁଡ଼ା: ଆନ୍ଧ୍ର ବିଏଡ୍ ସ୍କାମ ମାମଲା, ତଦନ୍ତ ଭୟରେ ଲୁଚିଲେଣି ଏଜେଣ୍ଟ।
୧୫-ବଣାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ୨ ମୃତ, ୨୫ ଆହତ।
୧୬-ଭୁବନେଶ୍ୱରରେ ପୁଣି ଏନଆଇଏ ଟିମ୍, କ୍ୟାପିଟାଲ ହସ୍ପିଟାଲରେ ଖୋଳତାଡ଼ ଜାରି, ଓଡ଼ିଶା ସହ ଆରଡିଏକ୍ସ ଲିଙ୍କ ନେଇ ପଚରାଉଚରା।
୧୭-ପଶ୍ଚିମବଙ୍ଗ ମୁହାଁ ଓଡ଼ିଶାରେ ଥିବା ବଙ୍ଗାଳୀ ଭୋଟର, ଦ୍ବିତୀୟ ପର୍ଯ୍ୟାୟରେ ରେକର୍ଡ ଭାଙ୍ଗିବ କି ମତଦାନ?
୧୮-ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଲା ପଞ୍ଜାବ କିଙ୍ଗସ, ୬ ୱିକେଟରେ ହରାଇଲା ରାଜସ୍ଥାନ।
୧୯-ମୁମ୍ବାଇ:IPLରେ ଆଜି ମୁମ୍ବାଇ ପାଇଁ ଅଗ୍ନି ପରୀକ୍ଷା, ସନ୍ଧ୍ୟାରେ ଭେଟିବ ହାଇଦ୍ରାବାଦକୁ।
୨୦-ମାର୍କେଟ୍ରେ ଆସିଲା ବଡ଼ ପରିବର୍ତ୍ତନ: ଧଡ଼କିନା ଖସିଲା ସୁନା ଓ ରୁପା ଦର, ୮୯ ଦିନରେ କମିଲାଣି ୧.୮ ଲକ୍ଷ ଟଙ୍କା।
୨୧-ବିହାରରେ ଚାଞ୍ଚଲ୍ୟ: ପୌର କାର୍ଯ୍ୟାଳୟରେ ଆଖିବୁଜା ଗୁଳି ବର୍ଷା, ଇଓ ମୃତ ଏବଂ ପୌରାଧ୍ୟକ୍ଷ ଗୁରୁତର।
୨୨-ବ୍ୟାନ୍ ହେଲା ୯ ହଜାରରୁ ଅଧିକ ହ୍ବାଟ୍ସଆପ୍ ଆକାଉଣ୍ଟ, କାମ୍ବୋଡିଆରୁ ଚାଲିଥିଲା ଭାରତରେ ଡିଜିଟାଲ ଆରେଷ୍ଟ ସ୍କାମ୍।
୨୩-ନୂଆ ଦିଲ୍ଲୀ:ମେ’ ସୁଦ୍ଧା ଭାରତକୁ ମିଳିବ ୪ର୍ଥ S-400 ସିଷ୍ଟମ।
୨୪-ତୈଳ ବଜାରରେ ହଲଚଲ,ଓପେକ୍ ଛାଡିଲା UAE,ଏବେ ନିଜେ ପୂର୍ଣ୍ଣ କ୍ଷମତାରେ ତୈଳ ଉତ୍ପାଦନ କରିବ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
