June 23, 2026

ଉମରକୋଟ ଠାରେ ସ୍ୱାଭିମାନ ଦିବସ ପାଳନ…………

IMG-20260429-WA0005
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଆମ ଓଡ଼ିଶା ଓ ଫକିର ମୋହନ ପଠନଶାଳା ର ମିଳିତ ସହଯୋଗରେ ଉମରକୋଟର ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାଭିମାନ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଫକିର ମୋହନ ପଠନ ଶାଳାର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉମରକୋଟ ସହର ର ୩୦ ରୁ ଉର୍ଦ୍ଧ୍ବ ମଧୁ ପ୍ରେମୀ ଉପସ୍ଥିତ ଥିଲେ। ମଧୁ ବାବୁ ଙ୍କ ଜୀବନୀ, ଓଡ଼ିଶା ପ୍ରତି ଥିବା ତାଙ୍କର ଅବଦାନ ଓ ତାଙ୍କ ଜୀବନୀ ଓ ଓଡ଼ିଆ ଅସ୍ମିତା ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ। ସଂସ୍କୃତିର ଅବକ୍ଷୟକୁ ରକ୍ଷା ନିମନ୍ତେ ଭାଷା ବଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇ ଉତ୍ତର ପୀଢି ନିମନ୍ତେ ପାଠାଗାର ସ୍ଥାପନ କରିବା ପାଇଁ ବରିଷ୍ଟ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ଭୁକ୍ତ। ମତ ରଖିଥିଲେ ଅବସରପ୍ରାପ୍ତ ସିକ୍ଷୟତ୍ରି ଶାନ୍ତିଲତା ମହାନ୍ତି ଉମରକୋଟ ଥରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିବା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ଶିକ୍ଷକ ନଗେନ୍ଦ୍ର କୁମାର ରାଉତ ଏହି ମହାନ ପୁରୁଷ ଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ଲାଗି ଦୃଢ଼ ମତ ପ୍ରକାଶ ପାଇଥିଲା।ଏହି ସଭାରେ ମଞ୍ଚ ମଣ୍ଡନ କରିଥିବା ବିଶିଷ୍ଟଙ୍କ ଅତୀଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ଉମେଶଚନ୍ଦ୍ର ଭୁକ୍ତା, ରାମଚନ୍ଦ୍ର ରାମ , ଶ୍ରୀନିବାସ ପଟ୍ଟନାୟକ,କେଦାରେଶ୍ୱର ପଟ୍ଟନାୟକ, ମଧୁସ୍ମିତା ମହାରଣା ଓ ଗୀତାଞ୍ଜଳି ଦାସ , ଶାନ୍ତିଲତା ମହାନ୍ତି ଙ୍କ ଉଚ୍ଚକୋଟୀର ଅଭିଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିକ୍ଷକ ସାଗର କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସଫଳ କରିବାରେ ଯେଉଁ ମାନଙ୍କର ସହଯୋଗ ଥିଲା ସେମାନେ ହେଲେ ସର୍ବଶ୍ରୀ ଦେବବ୍ରତ ବାରିକ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ପଟ୍ଟନାୟକ, ନଗେନ୍ଦ୍ର କୁମାର ରାଉତ, ରାଜକିଶୋର ରାଜ, ମନୋରଞ୍ଜନ ବେହେରା, ଗୋପାଳ ମହାରଣା, ଗୋପାଳ ପଟ୍ଟନାୟକ, ନିରୁପମା ସ୍ୱାଇଁ, ଶଙ୍କର ମିସ୍ତ୍ରୀ, ମମତା ସ୍ୱାଇଁ, ଗଣେଶ ପ୍ରସାଦ ରଣା,ପ୍ରକାଶ କୁମାର ବେହେରା, ରାଜ କିଶୋର ନାୟକ ।

ସ୍ୱାଭିମାନ ଦିବସ ପାଳନ ଉମରକୋଟ ଠାରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି

ଓ ପଠନଶାଳା ସ୍ଥାପନ ପାଇଁ ଦାବି ହୋଇଥିଲା।