ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ଡଙ୍ଗରିଗୁଡା ର ଜଗନ୍ନାଥ ହାର୍ ମାନି ନାହାଁନ୍ତି …….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଜନ୍ମ ରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ନ ମାନି କୁଲି ମଜୁରୀ କରି ପରିବାର ଚଳାଉଛନ୍ତି ଜଗନ୍ନାଥ ସାନ୍ତା । ସରକାରଙ୍କ ତରଫରୁ ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା ବେଳେ କିନ୍ତୁ ମିଳି ପାରି ନାହିଁ ଘର ଖଣ୍ଡିଏ । ମାଟିକାନ୍ଥ ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ଭତ୍ତା ୧୨ ଶହ ଟଙ୍କା ମାତ୍ର ୧୦କିଲୋ ଚାଉଳ ମିଳୁଥିଲା ତାହା ମଧ୍ୟ ବନ୍ଦ କରିଦିଆଗଲା। ଏତିକି ଟଙ୍କାରେ ପରିବାର ଚଳିବା କଷ୍ଟ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ଡଙ୍ଗରିଗୁଡା ଗ୍ରାମରେ ।ସୂଚନା ପ୍ରକାରେ ଜଗନ୍ନାଥ ସାନ୍ତା ଜନ୍ମ ରୁ ଦିବ୍ୟାଙ୍ଗ!ତାଙ୍କ ଦୁଇ ହାତ ନାହିଁ, କିନ୍ତୁ ସେ ନିଜ ଗୋଡ଼ ସାହାଯ୍ୟ ରେ ଖାଇବା, ପାଣି ପିଇବା, କପଡା ପିନ୍ଧିବା, ଲେଖିବା, ଇତ୍ୟାଦି ନିତ୍ୟ କାମ କରି ପାରନ୍ତି। ଆଶ୍ଚର୍ଯ୍ୟ ର ବିଷୟ ହେଲା ଦୁଇ ହାତ ନ ଥାଇ ସେ ବିଭିନ୍ନ ନାଟକ ରେ ପ୍ରଭୁ ଜଗନ୍ନାଥ ଙ୍କ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ଜଗନ୍ନାଥ ଙ୍କୁ ସେହି ଗ୍ରାମର ଯୁବ ସାନ୍ତା ନାମକ ଯୁବତୀ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଉଭୟ ଙ୍କ ଏକ ଦୁଇ ମାସର କନ୍ୟା ସନ୍ତାନ ଟିଏ ମଧ୍ୟ ଅଟେ।ଜଗନ୍ନାଥ ଙ୍କ ଆଧାର କାର୍ଡ ନ ଥିବାରୁ ସେ ସରକାରୀ ସହାୟତା ରୁ ବଞ୍ଚିତ ଅଟନ୍ତି।
୧୨ ଶହ ଟଙ୍କା ଭତ୍ତା ମିଳିବାରୁ ତାଙ୍କୁ ମିଳୁଥିବା ଦସ କିଲୋ ଚାଉଳ ମଧ୍ୟ ବନ୍ଦ କରାଯାଇଛି, ଏବିଷୟରେ ସ୍ଥାନୀୟ ବିଡ଼ିଓ ମନୋଜ କୁମାର ମେହେର ଙ୍କୁ କହିବାରୁ ସେ ଜଗନ୍ନାଥ ଙ୍କୁ ଆଧାର କାର୍ଡ ଓ ସମସ୍ତ ସରକାରୀ ସହାୟତା ଖୁବ ଶୀଘ୍ର ଦେବାପାଇଁ ପ୍ରତିଶୃତି ଦେଇଛନ୍ତି। ପ୍ରଶାସନ ନିକଟରେ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରି କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ମିଳି ନ ଥିବା କହିଛନ୍ତି ଜଗନ୍ନାଥ। ଜଗନ୍ନାଥ ଙ୍କୁ ସରକାର ତରଫରୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ କାର୍ଡ ଓ ଭିନ୍ନକ୍ଷମ ଭତ୍ତା ୩୫୦୦/- ଟଙ୍କା ମିଳିଲେ ସେ ଉପକୃତ ହୋଇଥାନ୍ତେ ବୋଲି କହିଛନ୍ତି। ବର୍ତ୍ତମାନ ସରକାର କିମ୍ବା ପ୍ରଶାସନ ଜଗନ୍ନାଥ ସାନ୍ତା ର ଦୁଃଖ ବୁଝି ଶୀଘ୍ର ସରକାରୀ ସହାୟତା ପ୍ରଦାନ କଲେ ପରିବାର ବର୍ଗ ଉପକୃତ ହୋଇଥାନ୍ତେ।
