କଳାହାଣ୍ଡି ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ କାଲି ଭବାନୀପାଟଣା ସ୍ଥିତ ଜିଲ୍ଲା କୋର୍ଟ ପରିସରରେ, କଳାହାଣ୍ଡି ଓକିଲ ସଂଘର ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ ଏବଂ ତାଙ୍କୁ ଓକିଲ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶ୍ରୀ ସୂର୍ଯ୍ୟ ନାରାୟଣ କୁମାର, ଶ୍ରୀ ସୁଜିତ ବହିଦାର, ପ୍ରଦୀପ ଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ନିର୍ବାଚନଟି ସୁରୁଖୁରୁରେ ଶେଷ ହେବାପରେ, ଏହାର ଫଳାଫଳ ଘୋଷିତ ହୋଇଥିଲା। ଏଥିରେ ବରିଷ୍ଠ ଓକିଲ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଲଗାତାର ଚତୁର୍ଥ ଥର ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିବାବେଳେ, ଉପସଭାପତି ଭାବରେ ଶ୍ରୀ ମହେଶ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବରେ ଶ୍ରୀ ହେମନ୍ତ କୁମାର ଛତ୍ରିଆ ତଥା କୋଷାଧ୍ୟକ୍ଷ ଭାବରେ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ନିର୍ବାଚିତ ହୋଇଛନ୍ତି। ଏତଦବ୍ୟତୀତ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଶ୍ରୀ ଗୌତମ ପଟ୍ଟନାୟକ, ଶ୍ରୀ ବିନୟ କୁମାର ଦାଶ, ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର ଏବଂ ଇଲା ସଲମା ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏନେଇ କଳାହାଣ୍ଡି ବ୍ରାହ୍ମଣ ସମାଜ, କଳାହାଣ୍ଡି ଲେଖକ କଳା ପରିଷଦ ସହ ବିଭିନ୍ନ ସଂଗଠନ ତଥା ଜିଲ୍ଲା ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ନିର୍ବାଚିତ ସଭାପତି ଓ ଉପସଭାପତିଙ୍କୁ ହାର୍ଦ୍ଦିକ ଶୁବେଛା ଜଣାଇଛନ୍ତି।
