ଆଜିର ଖବର..
୧-ମୋହନ ଓ ମନମୋହନଙ୍କ ଦିଲ୍ଲୀ ଗସ୍ତ, ଜୋର୍ ଧରିଲା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା।
୨-ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ରୁ ନୂଆ ‘ସୁଭଦ୍ରା’ ପଞ୍ଜୀକରଣ ଆରମ୍ଭ ହେବ।
୩-ସରିଲା CHSE ପରିଚାଳିତ +2 ବର୍ଗର ସମସ୍ତ ପରୀକ୍ଷା, ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ।
୪-ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତିମଣତି, ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତିକୁ ଦିଆଯିବ ଗୁରୁତ୍ବ।
୫-ବାରଙ୍ଗ:ନନ୍ଦନକାନନରୁ ଟିକର ପଡ଼ା ଗଲେ ୧୧ ଘଡ଼ିଆଳ କୁମ୍ଭୀର।
୬-ଓଡ଼ିଶାରେ ପାଗର ଲୁଚକାଳି ଖେଳ: ଦିନରେ ଟାଣ ଖରା, ସଞ୍ଜ ହେଲେ କାଳବୈଶାଖୀର ତାଣ୍ଡବ।
୭-କଟକ ବଡ଼ ଡାକ୍ତରଖାନାରେ ICU ଅଭାବ:୨୦୭ରୁ ୧୪ ଶଯ୍ୟା ନଷ୍ଟ।
୮-ନୟାଗଡ଼ ଟୁରିଷ୍ଟ ବସ୍ ଦୁର୍ଘଟଣା; ୫ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୯-ଭୁବନେଶ୍ୱର:ଯୁଦ୍ଧ ପ୍ରଭାବରେ ଥମୁନି LPG ଯନ୍ତ୍ରଣା, ସିଲିଣ୍ଡର୍ ନପାଇ ରାଜଧାନୀରେ ତାତିଲେଣି ଲୋକେ।
୧୦-ଟିଟିଲାଗଡ଼: ଶ୍ରୀରାମ ନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ବିଧାୟକ,PSOଙ୍କ ବିରୋଧରେ ମାମଲା ରୁଜୁ।
୧୧-ଭୁବନେଶ୍ବର, ଆସ୍କା ଓ ବାଙ୍କୀରେ ଅଘଟଣ।ଜୀବନ ନୁହେଁ ମୃତ୍ୟୁକୁ ବାଛୁଛନ୍ତି ଯୁବପିଢ଼ି ; ୨୪ ଘଣ୍ଟାରେ ୩ଜଣଙ୍କ ଆତ୍ମାହୁତି ଉଦ୍ୟମ।
୧୨-ଯୁଦ୍ଧ ବୀଭିଷିକା ଭିତରେ ଭାରତ ଆସୁଛି ୨ଟି ଗ୍ୟାସ ଭର୍ତ୍ତି ଜାହାଜ, ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତଙ୍କ ସନ୍ଦେଶ।
୧୩-ଶ୍ରୀମନ୍ଦିରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ; ୪୫ ମିନିଟ ଧରି ନେଲେ ମହାପ୍ରଭୁଙ୍କ ସାନିଧ୍ୟ।
୧୪-ସମୁଦ୍ରରେ ଗାଧେଇବା ହେଲା କାଳ; ପୁରୀ ବେଳାଭୂମିରେ ଭାସିଯାଇ ଯୁବକ ନିଖୋଜ; ଚନ୍ଦ୍ରଭାଗାରେ ଗାଧେଇବାବେଳେ ବୁଡ଼ିଯାଇ ପ୍ରାଣ ହରାଇଲେ ପର୍ଯ୍ୟଟକ।
୧୫-IPL,ବେଙ୍ଗାଲୁରୁ: ଉଦଘାଟନୀ ମ୍ୟାଚ୍ ରେ ସନରାଇଜର୍ସକୁ ହରାଇଲା RCB
୧୬-IPL:ମୁମ୍ବାଇରେ ଆଜି ମୁମ୍ବାଇ -କଲକତା ମୁକାବିଲା।ପ୍ରଥମ ଦୁଇ ସପ୍ତାହ ଖେଳିବେନି ଧୋନି।
୧୭-ସଫଳତା କାହାଣୀ: ସିକ୍ୟୁରିଟି ଗାର୍ଡଙ୍କ ପୁଅ କଲେ କମାଲ, ୫ମ ପ୍ରୟାସରେ ଜତିନ ଜାଖର କ୍ରାକ୍ କଲେ UPSC ପରୀକ୍ଷା।
୧୮-ଭାରତର ସର୍ବବୃହତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୯-ଯୁଦ୍ଧରେ ମୁଣ୍ଡ ନୁଆଁଉନି ଇରାନ୍, କୁଏତ୍ ଓ ସାଉଦି ଆରବରେ ସିରିଜ୍ ଡ୍ରୋନ୍ ଓ ମିସାଇଲ ହମଲା କଲା।
୨୦-କାଠମାଣ୍ଡୁ: ଜେନ ଜେଡ୍ ବିକ୍ଷୋଭ ପାଇଁ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ଓଲି ଗିରଫ।
