June 21, 2026

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ

IMG-20260327-WA0030
Share

 

 

ଜଳେଶ୍ୱର ( ଦେବାଶିଷ ଦାଶ )

 

ଚାଷୀଙ୍କ ପଞ୍ଜୀକରଣ ଅବଧି ଶେଷ ହେଲା। କିନ୍ତୁ ବହୁ ଚାଷୀ ଧାନ ବିକ୍ରି ପାଇଁ ସେମାନଙ୍କର ନାମ ପଞ୍ଜୀକର ନବୀକରଣ କରି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ସଙ୍ଗୀନ ପରିସ୍ଥିତିକୁ ଅନୁଭବ କରି ଓଡ଼ିଶା କୃଷକ ସଭାର ଜଳେଶ୍ଵର କମିଟି ତରଫରୁ ପଞ୍ଜୀକରଣ ଅବଧି ବୃଦ୍ଧି କରିବା ନିମନ୍ତେ ଜଳେଶ୍ବର ତହସିଲଦାରଙ୍କ ଜରିଆରେ ବାଲେଶ୍ବର ଜିଲ୍ଲା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୋସାଇଟିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜୀ କରଣ ନିମନ୍ତେ ସରକାର ମାର୍ଚ୍ଚ ୨୫ ତାରିଖକୁ ଶେଷ ତାରିଖ ଭାବରେ । ଧାର୍ଯ୍ୟ କରିଥିଲେ । ବହୁ ଚାଷୀ ସୋସାଇଟି ସମ୍ମୁଖରେ ଦିନ ରାତି ଧାଡ଼ି ଧାଡ଼ିରେ ଛିଡ଼ା ହୋଇ ନିଜର ନାମ ପଞ୍ଜୀକରଣ କରିବା ବିଫଳ ହୋଇଛନ୍ତି। ଏହାର ପ୍ରମୁଖ କାରଣ ହେଲା ସମୟ ସୀମା କମ୍ ରହିବା। ଦ୍ୱିତୀୟରେ ଅଧିକାଂଶ ପଞ୍ଜୀକରଣ ପ୍ରକ୍ରିୟା ମନ୍ଥର ଗତିରେ ସମୟରେ ନେଟୱାର୍କ ନଥୁବା ହେତୁ ଚାଲିଲା। ତୃତୀୟରେ ଉତ୍ତରାଧୀକାରୀ ସାର୍ଟିଫିକେଟ ଯୋଗାଡ଼ କରି ଠିକ ସମୟରେ ଦେଇ ନ ପାରିବା ହେତୁ ହୋଇଛନ୍ତି । ଫଳରେ ରବି ଋତୁରେ ବହୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ.

ଯେଉଁମାନେ ଧାନ ଚାଷ କରନ୍ତି ସେମାନଙ୍କ ଭିତରେ ନୈରାଶ୍ୟ ସୃଷ୍ଟି ହୋଇଛି। କାରଣ ସରକାର କୁ ଧାନ ଦେଇ ନ‌ ପାରିଲେ ସେମାନେ ଚାଷରେ ବହୁ ଦରରେ ଧାନ ବିକ୍ରୟ କରି କ୍ଷତି ସହିବା ସହିତ ରଣ ଯନ୍ତାରେ ପଢ଼ିବେ। ଏଣୁ ସରକାର ଏହି ପଞ୍ଜାକରଣ ଅବଧ‌ିକୁ ଏପ୍ରିଲ ୧୫ ଲିଗାଲ ହେୟାର ସାର୍ଟିଫିକେଟ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ

କ୍ଷେତରେ ଖରିଫ ଚାଷ ଭଳି କେବଳ ଲିଖିତ ଘୋଷଣାନାମା ନେଇ ପଞ୍ଜୀକରଣ କରିବା ପାଇଁ ଓଡ଼ିଶା କୃଷକ ସଭା ପକ୍ଷରୁ ଦୃଢ଼ ଦାବୀ ଉପସ୍ଥାପନ କରାଯାଇଛି । ତହସିଲଦାରଙ୍କୁ ଦାବୀପତ୍ର ଦେବା ସହିତ କୃଷକ ଭାଇ ଏକ ପ୍ରତିନିଧ ଦଳ ଜଳେଶ୍ଵର ତହସିଲ୍‌ଦାରଙ୍କ ସହିତ ଏ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ପଞ୍ଜୀକରଣ ଅବଧୂ ବୃଦ୍ଧି କରାନଗଲେ କୃଷକ ସଭା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ରାଜ୍ୟ ସଭାପତି ସୀତାଂଶୁ ସେନାପତି, ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ଗିରି, ବ୍ଲକ ସ ସଭାପତି ମ୍ପାଦକ ରବୀନ୍ଦ୍ର କୁମାର ବାରିକ, ଜୀବନ ପରିଜ୍‌, ଦୀପ୍ତି ଆଚାର୍ଯ୍ୟ, ଦିଲ୍ଲୀପ ପରିଡ଼ା, (, ରାଜୀବ ଗାମ ପଣ୍ଡା, ପଲ୍‌ଟୁ ଦାସ, ଧୀରେନ୍ଦ୍ର ଦେ, ସବିତା ଭୂୟାଁ, ଚନ୍ଦନ ଶତପଥୀ, ସୁଷମା ,‌ ଜ‌ଗନ୍ନାଥ ପରିଡ଼ା ପ୍ରମୁଖ ଟେତାବନୀ ଦେବେ ବୋଲି

କହିଛନ୍ତି ।