ଗ୍ୟାସ ସିଲିଣ୍ଡର ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ ,ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ।

ରାଜସୁନାଖଳା, ୨୭/୦୩(ଉପାନ୍ତ ଖବର): ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ। ଖୋର୍ଦ୍ଧା, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଏଥି ସହିତ ଅଟକି ରହିଥିଲା ଶହ ଶହ ଗାଡ଼ି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡ଼ା ଠାରେ ଅବସ୍ଥିତ ଥିବା ରାଧା ଗୋବିନ୍ଦ ଏଚ ପି ଗ୍ୟାସ ଅଫିସ ସମ୍ମୁଖରେ ସ୍ଥାନୀୟ ଗ୍ୟାସ ଉପଭୋକ୍ତା ମାନେ ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡ଼ି ଅଟକି ରହି ଥିଲା। ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଏକ ମାସ ହେବ ଗ୍ୟାସ ବୁକିଙ୍ଗ କରି ଥିଲେ ମଧ୍ୟ ଗ୍ୟାସ ଆଜି ମିଳିବ କାଲି ମିଳିବ କହି ଲୋକଙ୍କୁ ଫାଙ୍କି ଆସୁ ଥିଲେ । ଲୋକମାନେ ବାରମ୍ବାର ଅଫିସକୁ ଆସି ଗ୍ୟାସ ନପାଇ ଖାଲି ହାତରେ ଫେରି ଯାଉଥିଲେ । ତେବେ ଶୁକ୍ରବାର ଦିନ ପୂର୍ବାହ୍ନ ସମୟରେ ଗ୍ରାମବାସୀମାନେ ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଥିଲେ। ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ ଓ ଫାଣ୍ଡି ଅଧିକାରୀ ରମେଶ ଜେନାଙ୍କ ପତେକ୍ଷ ତତ୍ତ୍ଵାବଧାନରେ ଗ୍ୟାସ ବିତରକଙ୍କ ସହିତ ଆଲୋଚନା କରି ଥିଲେ । ଗ୍ୟାସ ବିତରକ ଗ୍ୟାସ ଷ୍ଟକ ଆସିବା ସହିତ ଶନିବାର ଦିନ ଗ୍ୟାସ ବିତରଣ କରା ଯିବ ବୋଲି କହିଥିଲେ । ଥାନା ଅଧିକାରୀ ଶନିବାର ଦିନ ଗ୍ୟାସ ମିଳିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ଯାତାୟାତ ସ୍ଵାଭାବିକ ହୋଇ ଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
