କରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର

ଛତ୍ରପୁର ତା ୨୧/୩/୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ସ୍ଥିତ ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମ ଦେବି ମା ଅଶ୍ବମୁଖୀ ବୁଢ଼ୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ମହାଜଜ୍ଞ ବହୂ ଆଡମ୍ବର ପୂର୍ଣ୍ଣ ବୈଦିକ ରୀତି ନୀତି ରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଷ୍ଠା ରେ, ଘୃତ ଯଂଜ୍ଞ, ନାମ ଯଂଜ୍ଞ, ଜ୍ଞାନ ଯଂଜ୍ଞ, ଗୋ ପୂଜନ, କନ୍ୟା ପୂଜନ, ଏବଂ ଅର୍ଣ୍ଣ ଯଂଜ୍ଞ ବୈଦିକ ରୀତି ନୀତି ରେ ଆଡମ୍ଭର ସହକାରେ ପାଳିତ କରାଯିବ ବୋଲି କରପଡା ଗ୍ରାମବାସୀ ଙ୍କ ତରଫରୁ ପ୍ରତିଷ୍ଠା ର ମୁଖ୍ୟ କର୍ତ୍ତା ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ)ଙ୍କ ମାଧ୍ୟମ ରେ ଜଣେଇଛନ୍ତି। ଏହି ପ୍ରତିଷ୍ଠା ରେ କମିଟି ପରିଚାଳନା ସଭାପତି ଶ୍ରୀ ଲୋକନାଥ ନାୟକ, ସମ୍ପାଦକ ଶ୍ରୀ ଉତ୍ତମ ନାୟକ,କୋଷାଧକ୍ଷ ଶ୍ରୀ କୁଞ୍ଜ ବିହାରୀ ନାୟକ, ଏବଂ ପ୍ରତିଷ୍ଠା କମିଟି ର ସଭାପତି – ଶ୍ରୀ ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ଶ୍ରୀ ଭାସ୍କର ନାୟକ, କୋଷାଧକ୍ଷ ଶ୍ରୀ ଜଗନ୍ନାଥ ନାୟକ, ଏବଂ ଉଭୟ କମିଟି ର ସଂଯୋଜକ ଶ୍ରୀ ରାମ ଚନ୍ଦ୍ର ନାୟକ କାର୍ଯ୍ୟ ନିର୍ବାହ କରୁଛନ୍ତି ଓ ଏତତ ବ୍ୟତୀତ ଉଭୟ କମିଟି ର ମୁଖ୍ୟ ଉପଦେଷ୍ଟା ଶ୍ରୀ ବଳରାମ ନାୟକ, ଆଇନଜୀବୀ ଶ୍ରୀ ବିପିନ ବିହାରୀ ନାୟକ, ଶ୍ରୀ ପିତାମ୍ବର ଚର୍ତ୍ତୀ,ଶ୍ରୀ ପୁରୁଷତ୍ତମ ଚର୍ତ୍ତୀ ,ଶ୍ରୀ ଗୋବର୍ଧନ ନାୟକ,ଶ୍ରୀ ଗୋବର୍ଧନ ଚର୍ତ୍ତୀ, ଶ୍ରୀ ନାରାୟଣ ଚର୍ତ୍ତୀ,ଶ୍ରୀ ଚନ୍ଦ୍ରମଣି ଚର୍ତ୍ତୀ, ଶ୍ରୀ ନାରାୟଣ ଚୌଧୁରୀ, ଶ୍ରୀ ଜଗନ୍ନାଥ ରାଓ, T. ରାମ ରାଓ, ଶ୍ରୀ କବିରାଜ ଚର୍ତ୍ତୀ,ଏବଂ ଗ୍ରାମ ଏମିତି ଅନେକ ଭଦ୍ରବ୍ୟକ୍ତି ଗ୍ରାମବାସୀ ସାମିଲ ଅଛନ୍ତି। ଏହି ପ୍ରତିଷ୍ଠା ରେ ମୁଖ୍ୟ ପ୍ରଚାରକ ଭାବେ ପଣ୍ଡିତଶ୍ରୀ ସିମାଞ୍ଚଳ ତ୍ରିପାଠୀ,ଆଚାର୍ଯ୍ୟ ପଣ୍ଡିତ ଶ୍ରୀ ମନୋରଞ୍ଜନ ତ୍ରିପାଠୀ, ପୁରହିତ ପଣ୍ଡିତ ଶ୍ରୀ ବାବୁଲା ତ୍ରିପାଠୀ ଙ୍କ ତତ୍ୱବଧାନ ରେ ଭବ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ଆସନ୍ତା କାଲି କଳସ ଯାତ୍ରା ଅନୁଷ୍ଠିତ ହେବ ଏଥିରେ ପ୍ରାୟ ଏକହଜାର ରୁ ଅଧିକ ଭକ୍ତ କଳସ ଯାତ୍ରା ରେ ପବିତ୍ର ଋଷିକୁଲ୍ୟା ତୁଠ ରୁ ଜଳ ଆଣି ବହୁ ଆଡମ୍ବର ପୂର୍ଣ୍ଣ ଭାବେ, ପଟୁଆର କରାଯାଇ ଯଜ୍ଞ ସ୍ଥଳରେ ପହଁଚିବ ଏହି ସବୁ ଦାଇତ୍ୱ ମା ରାମଚଣ୍ଡୀ ପୂଜା କମିଟି ସଭାପତି ଶ୍ରୀ CH ଦୟାନନ୍ଦ ରେଡି ଏବଂ ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ସାହସଂଯୋଜ ଶ୍ରୀ ତୁଷାର କାନ୍ତ ଶତପଥି, ଆଷ୍ଟୋଲୋଜର ଦୀପକ କୁମାର ଦାଶ ଦାଇତ୍ୱ ନେଇଛନ୍ତି।ଏହି ଭବ୍ୟ କାର୍ଯ୍ୟକ୍ରମ କୁ କରପଡ଼ା ଗ୍ରାମ ପଂଚାୟତ ର ସମସ୍ତ ଗ୍ରାମର ଗ୍ରାମବାସୀ ଓ ସରପଞ୍ଚ ଶ୍ରୀ ଅଜୟ ନାୟକ ଙ୍କ ଉପସ୍ଥିତି ରେ ଆସନ୍ତା ତା ୨୨ ରିଖ ଠାରୁ ତା ୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଯଜ୍ଞ ଅନୁଷ୍ଠାନ ରେ ପ୍ରବଳ ଭକ୍ତ ଙ୍କ ସମାଗମ ହେବାର ଅଛି
