ଆଜିର ଖବର..
୧-କୁଡ଼ିଆରୁ କୋଠା, ବସ୍ତିରୁ ଷ୍ଟାର ହୋଟେଲ୍; ସବୁଠି ମହ ମହ ମହକିଲା ପଖାଳ କଂସା।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେଲା ଘିଅ ପଖାଳ।
୨-ଭୁବନେଶ୍ୱର:୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କଲେ ରାଜ୍ୟ ସରକାର।
୩-ମାଟ୍ରିକ ପରୀକ୍ଷାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ; ଚଳିତ ବର୍ଷ ପରୀକ୍ଷା ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ।
୪-ଭୁବନେଶ୍ୱର:ଜମି ନେଇ ଶିଳ୍ପ କରୁ ନ ଥିବାରୁ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି।
୫-ପୁରୀ:ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି।
୬-ମିଡିଲ୍ ଇଷ୍ଟରେ ଯୁଦ୍ଧ, ବଢ଼ିଲା ତେଲ ଦର; ଭାରତରେ ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ୩୫ ପଇସା ବଢ଼ିଲା।
୭-କାକଟପୁର:ଅଲୋଡ଼ା ଟମାଟୋ, କ୍ଷତି ସହୁଛନ୍ତି ଚାଷୀ, ଟମାଟୋର କିଲୋ ପିଛା ଚାରି ଟଙ୍କା।
୮-ଭୁବନେଶ୍ୱର:ଏ ବର୍ଷ ନିଯୁକ୍ତି ହେବେ ୨୦ ହଜାର ଶିକ୍ଷକ,୩ ବର୍ଷରେ ନିଯୁକ୍ତି ପାଇବେ ୪୫ ହଜାର।
୯-ଭୁବନେଶ୍ୱର:୧୯ ହଜାର ୮୮୩ ସ୍କୁଲରେ ଦରିରେ ବସୁଛନ୍ତି ପିଲା,ବନ୍ଦ ଥିବା ୪୬ ସ୍କୁଲକୁ ପୁନଃ ଖୋଲାଯାଇଛି।
୧୦-ଆସନ୍ତା ୨୬ରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା, ଅପରାହ୍ନ ସାଢ଼େ ୨ଟାରେ ହେବ ରଥ ଟଣା।
୧୧- LPG ବୁକିଂ ଅବଧି ୪୫ ଦିନ ବୃଦ୍ଧି ଯୋଗୁଁ ଚିନ୍ତାରେ ଗୃହିଣୀ। ଘସି ଓ କାଠ ଜାଳି ଧୂଆଁରେ ହେଲେଣି ଆକ୍ତାମାକ୍ତା ।
୧୨-ଭୁବନେଶ୍ୱର:ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ, ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଲା।
୧୩-ରାଜ୍ୟସଭା ନିର୍ବାଚନ ନେଇ ପ୍ରମିଳାଙ୍କୁ ନିଲମ୍ବିତ ବିଧାୟକଙ୍କ ନାଲି ଆଖି, କରିବେ ଫୌଜଦାରୀ ମାମଲା।
୧୪-ଦୁଇ ଦିନ ହେଲା ରାଜଧାନୀ ରାସ୍ତାରେ ପାଚିକା : ୭ଦଫା ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ଜାରି।
୧୫-ଅନ୍ଲାଇନ ବେଟିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ୩୦୦ ବେଟିଂ ଆପ୍ ଓ ୱେବ୍ସାଇଟ୍ ବ୍ଲକ୍ କଲେ କେନ୍ଦ୍ର ସରକାର।
୧୬-ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା, ଦୁଆରେ ଚିକିତ୍ସା ଯୋଜନା; ବଙ୍ଗଳା ନିର୍ବାଚନ ପୂର୍ବରୁ ମମତାଙ୍କ ୧୦ଟି ପ୍ରତିଶୃତି।
୧୭-ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସେନ୍ସେକ୍ସ ୨୦୦୦ ପଏଣ୍ଟ ଏବଂ ନିଫ୍ଟି ୪୫୩ ପଏଣ୍ଟ ହ୍ରାସ ,ନିବେଶକଙ୍କ ୧୨ ଲକ୍ଷ କୋଟି ସ୍ବାହା।
୧୮-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୁରନ୍ତ ବନ୍ଦ ହେବାର ନାହିଁ ସମ୍ଭାବନା, ୨୫୦୦ ସୈନିକକୁ, ଇରାନକୁ ପଠାଇବ ଆମେରିକା।
୧୯-ରେଙ୍ଗାଲିକ୍ୟାମ୍ପ:ଟ୍ରକକୁ ବଞ୍ଚାଇବାକୁ ଟ୍ରାନ୍ସଫର୍ମରକୁ ପିଟିଲା ଟ୍ରକ୍; ଡ୍ରାଇଭର ଗୁରୁତର।
୨୦-ତେହେରାନ:ସମୁଦ୍ର ଶଯ୍ୟାରେ ଥିବା ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍ର ଧମକ।
୨୧-ମରାମତି ପାଇଁ ଗ୍ରୀସକୁ ମୁହାଁଇଲା ଆମେରିକାର ବିମାନବାହୀ ଜାହାଜ।
