April 26, 2026

ଇଣ୍ଡିଆ ବୁକ ଅଫ ରେକର୍ଡସରେ ଯୁବ ଅଧ୍ୟାପକଙ୍କ ନାମ

IMG-20260321-WA0020
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଓ କଳା ବିଭାଗରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିବା ଶ୍ରୀ ମହେନ୍ଦ୍ର କୁମାର ସାହୁ ୭ ଥର ୟୁ.ଜି.ସି ଏନ.ଇ.ଟି ପରୀକ୍ଷା ଦେଇ ଏବଂ ଉତ୍ତିର୍ଣ ହୋଇ ଇଣ୍ଡିଆ ବୁକ ଅଫ ରେକର୍ଡସ ନିଜ ନାମରେ କରିପାରିଛନ୍ତି।ଏନେଇ ଯୁବ ଅଧ୍ୟାପକ ଶ୍ରୀ ସାହୁ କହିଛନ୍ତି ଯେ’, ଏହି ଜାତୀୟ ସ୍ତରୀୟ ପରୀକ୍ଷା, ଅଧ୍ୟାପକତା କରିବା ପୂର୍ବରୁ ଛାତ୍ର ଜୀବନରେ ମଧ୍ୟ ୬ ଥର ଉତ୍ତୀର୍ଣ୍ଣ ହୋଇସାରିଥିବାବେଳେ, ଅଧ୍ୟାପକ ହେବାପରେ ମଧ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରତି ଅଧିକ ମନଯୋଗ, ଉତ୍ସାହ ଓ ମନୋବଳ ବୃଦ୍ଧି କରିବା ପାଇଁ ପୁଣି ଥରେ ଏହି ପରୀକ୍ଷା ଦେଇ ଉତ୍ତିର୍ଣ ହୋଇଛନ୍ତି ଏବଂ ଏହି ଜାତୀୟ ରେକର୍ଡ ନିଜ ନାମରେ କରିପାରିଛନ୍ତି। ଏଥିସହ ଶ୍ରୀ ସାହୁ ଆହୁରି ଜଣାଇଛନ୍ତି ଯେ’, ତାଙ୍କ ଅଧ୍ୟାପକତାର ୩ ବର୍ଷ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭0 ରୁ ୮0 ଛାତ୍ରଛାତ୍ରୀ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଦେଇ ଉତ୍ତିର୍ଣ ହୋଇସାରିଛନ୍ତି। ଅନ୍ୟପଟେ ଏହି ଖବର ପ୍ରଚାରିତ ହେବାପରେ ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି ଏବଂ ଏଥିସହ ଯୁବ ଅଧ୍ୟାପକ ଶ୍ରୀ ସାହୁଙ୍କ ପାଇଁ ସବୁ ଦିଗରୁ ଶୁବେଛାର ସୁଅ ଛୁଟିଚାଲିଛି।