ଚନ୍ଦ୍ରପୁର ଦୁର୍ନୀତିର ଗନ୍ତା ଘର ପାଲଟିଛି..
ରାୟଗଡା(ରବି ରାଜ ବୈଦ୍ୟ)ରାୟଗଡା ସରକାରଙ୍କ ଅନେକ ଯୋଜନା ସାଧାରଣ ଲୋକ କିପରି ସବୁ ଯୋଜନାର ଲାଭ ପାଇବେ ସେଥିପାଇଁ ବିଭିନ୍ନ ସ୍କିମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ହେଲେ ବାସ୍ତବରେ ସାଧାରଣ ଲୋକେ ଲାଭ ପାଇ ପାରୁ ନାହାନ୍ତି କାରଣ କାମ ହେଉଛି କାଗଜ ପତ୍ରରେ ଦସ୍ତା ବୀଜ ଦେଖାଇ ବିଲ ହୋଇ ଯାଉଛି ଟଙ୍କା ଲୁଟ କରି ମାଲା ମାଲ ହୋଉଛନ୍ତି ସରକାରୀ ବାବୁ,ସ୍ବେଛାସେବୀ ସଂସ୍ଥା ଓ କୁଜି ନେତା ଓ ଦଲାଲ ମାନେ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଡାଙ୍ଗସୋରଡ଼ା ପଞ୍ଚାୟତରେ ପ୍ରଭାତ ନାମକ ଏକ ବେସରକାରୀ ସ୍ବେଛାସେବୀ ସଂସ୍ଥା କୁ ମାଣ୍ଡିଆ ମଣ୍ଡି ବାବଦକୁ ଆସୁଥିବା ସରକାରୀ ସୁବିଧା ସବୁ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି ଏହା ସହ ଉକ୍ତ ଅଞ୍ଚଳ ର ପ୍ରାୟ ପାଞ୍ଚ ଶହ ମହିଳା ସରକାରଙ୍କ ସୁଭଦ୍ରା ଯୋଜନାରେ ବଞ୍ଚିତ ହୋଇଛନ୍ତି ପ୍ରକାଶ ଥାଉ କି ଉକ୍ତ ସ୍ବେଛାସେବୀ ସଂସ୍ଥା ଟି ଚାଷୀଙ୍କ ଠାରୁ ମାଣ୍ଡିଆ କିଣି ସରକାରଙ୍କୁ ଯୋଗାଉ ଥିବା ବେଳେ ଉକ୍ତ ଅଞ୍ଚଳ ର ହିତାଧିକାରୀଙ୍କ ଠାରୁ ବ୍ୟାଙ୍କ ପାସବୁକ ଓ ଆଧାର କାର୍ଡ ନେଇ ସେମାନଙ୍କୁ ପଞ୍ଜିକରଣ କରାଇ ସେମାନଙ୍କୁ ପାଞ୍ଚ ଏକର ଜମି ଅଛି ଦର୍ଶାଇ ବାହାର ରାଜ୍ୟରୁ ମାଣ୍ଡିଆ କିଣି ଚାଷୀଙ୍କ କମିଶନ ସ୍ବେଛାସେବୀ ସଂସ୍ଥା ପାଇ ମାଲା ମାଲ ହେଉଥିବା ବେଳେ ହିତାଧିକାରୀ ମାନେ ସୁଭଦ୍ରା ଯୋଜନା ରୁ ବଞ୍ଚିତ ହେଉଛନ୍ତି। କାରଣ ଉକ୍ତ ସଂସ୍ଥା ଟି ହିତାଧିକାରୀ ଙ୍କ ପାଞ୍ଚ ଏକର ଜମି ଅଛି ବୋଲି ଦର୍ଶାଇ ଥିବାରୁ ସୁଭଦ୍ରା ଯୋଜନା ରୁ ବଞ୍ଚିତ ହୋଇଛନ୍ତି।ବାରମ୍ବାର ଚନ୍ଦ୍ରପୁର ବ ବିଡ଼ିଓ ଙ୍କୁ ଏହି ବିଷୟରେ ଅବଗତ କରାଇ ଥିଲେ ମଧ୍ୟ କିଛି ସୁଫଳ ମିଳନଥିଲା ତେଣୁ ଡାଙ୍ଗସୋରଡ଼ାର ପ୍ରାୟ ୬୦ ଜଣ ମହିଳା ଏକ ବସ ଯୋଗେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳ ଅଫିସ କୁ ଆସିଥିଲେ କିନ୍ତୁ ଜିଲ୍ଲାପାଳ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହିତାଧିକାରୀ ଙ୍କୁ ଭେଟି
ପାରିନଥିଲେ ହେଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ ସେମାନଙ୍କ ପାଖକୁ ଆସି ଅଭିଯୋଗ ପତ୍ର ଟି ଗ୍ରହଣ କରିବା ସହ ସମସ୍ୟା ର ସମାଧାନ ଖୁଵ ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେବା ପରେ ସମସ୍ତେ ନିଜ ଗ୍ରାମକୁ ଫେରି ଯାଇଥିଲେ ଓ କହିଦେଇ ଗଲେ ଯେ ଏହାର ସମାଧାନ ଯଦି ଜିଲାପାଳ ଖୁଵ ଶୀଘ୍ର ନ କରନ୍ତି ଆଗାମୀ ଦିନରେ ସମସ୍ତ ମହିଳା ହିତାଧିକାରୀ ମାନେ ରାଜ ରାସ୍ତାକୁ ଓଲ୍ଲାଇ ରାଜ ରାସ୍ତାକୁ ବନ୍ଦ କରିବୁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ କିପରି ମହିଳା ମାନଙ୍କୁ ନ୍ୟାୟ ଦେଇ ସୁଭଦ୍ରା ଯୋଜନାରେ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସାମିଲ କରୁଛନ୍ତି।
