March 16, 2026

ମିନାଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

IMG-20260315-WA0059
Share

କୋଲନରା:(ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ମିନାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ରଙ୍କ ସ୍ୱାଗତ ରେ ବାଙ୍କୀଲି ସରପଞ୍ଚ କୁନି ମାଣ୍ଡାଙ୍ଗି ମୁଖ୍ୟ ଅତିଥି, କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ଏଥିରେ ସଭାପତିତ୍ୱ କରିଥିବା ବେଳେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତୃଦେବ ବିଡ଼ିକା, ସାଧନ ସଂଯୋଜକ ବାଳକୃଷ୍ଣ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରାବତୀ କୁମ୍ବୁରିକା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା। ଏହାପରେ ଛାତ୍ର ଛାତ୍ରୀଙ୍କ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ଶିକ୍ଷୟିତ୍ରୀ ସଂଯୁକ୍ତା ହୁଇକା,ରେହେନାଜ ଖାତୁନ, ରଶ୍ମିତା ପାଢ଼ୀ ସହଯୋଗ କରିଥିଲେ। ସ୍ଥାନୀୟ ରୋବାଡ଼ି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା ଅନିତା ନିମାଲା, ସୋମଲତା ନିମାଲା, ସଭ୍ୟ ଭାସ୍କର କଂସବେହେରା, ସରିତା, ସ୍ୱାତି, ସୁମିତ୍ରା, ଯୁଧିଷ୍ଠିର ପାଲକା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ଏହା ସହିତ ଅବସର ପ୍ରାପ୍ତ ଶିକ୍ଷକ ବାଲ୍ମୀକି ହୁଇକା ଓ ନର୍ମଦା ମହାନ୍ତି ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।