ଆଜିର ଖବର..
୧-ରାଜ୍ୟସଭା ପାଇଁ ଦିଲ୍ଲୀପ ରାୟ ହେଲେ ସ୍ୱାଧୀନ ପ୍ରାର୍ଥୀ, ସମର୍ଥନ କରିବ ବିଜେପି।
୨-ଆହୁରି ବଢ଼ିବ ତାତି, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀ ଟପିଲା ତାପମାତ୍ରା।
୩-ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା, ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ।
୪-କେନ୍ଦୁଝର କୋର୍ଟକୁ ବୋମା ଧମକ: ଇ-ମେଲ୍ ଜରିଆରେ ଆସିଲା ଚିଠି, ଡଗ୍ ସ୍କ୍ୱାର୍ଡ ଓ ବୋମା ସ୍କ୍ୱାର୍ଡର ତନାଘନା ଜାରି।
୫-ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଅମାନବୀୟ କାଣ୍ଡ ।ଛେଳି ଚୋରି ଅଭିଯୋଗରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପିଟି ମାରିଦେଲେ ଗ୍ରାମବାସୀ।
୬-ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ: ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ, ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର ୯୭୧୫୪୩୦୯୦୫୭୧
୭-ମାଲକାନଗିରି : କାଲିମେଳା ଓ ଏମଭି-୭୯ ବନ ବିଭାଗର ମିଳିତ ଚଢ଼ାଉକୁ ମିଳିଛି ବଡ ସଫଳତା।ଚାଲାଣ ବେଳେ କାବୁହେଲେ ୨୦୦ କଇଁଛ ; ଗାଡି ଜବତ,ମାଫିଆ ଫେରାର
୮-ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମା: ଦୋଳବେଦୀରେ ମହାପ୍ରଭୁଙ୍କ ସହ ହୋଲି ଖେଳିଲେ ଭକ୍ତ, ପ୍ରବଳ ଗହଳି ଯୋଗୁଁ ହେଲା ଠେଲାପେଲା।
୯-ସାମୁଦ୍ରିକ ସୁରକ୍ଷାରେ ସାମିଲ ହେବେ Mk-III ଏବଂ VL-Shtil, ୫୦୮୩ କୋଟି ଟଙ୍କାର ଚୁକ୍ତି କଲା ପ୍ରତିରକ୍ଷା ବିଭାଗ।
୧୦-ନୀଳଗିରି:ଦୋଳ ମେଳଣକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ;ସାମ୍ବାଦିକଙ୍କୁ ଆକ୍ରମଣ,୪ମହିଳା ଆହତ।
୧୧-ଦୁବାଇରୁ ଫେରିଲେ ପିଭି ସିନ୍ଧୁ: ଯୁଦ୍ଧ ଯୋଗୁଁ ଅଧାରେ ରହିଲା ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ ସ୍ୱପ୍ନ।
୧୨-ଭୁବନେଶ୍ୱର:ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ।
୧୩-ବରଗଡ଼, ଅତାବିରା:ସରୁନି ମଣ୍ଡି ଯନ୍ତ୍ରଣା ; ମିଳିନି ଟୋକନ୍, ଜଗିଛନ୍ତି ଚାଷୀ।
୧୪-ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ଭାରତରେ ଫସିଲା ୱେଷ୍ଟଇଣ୍ଡିଜ ଟିମ୍।
୧୫-ବିହାର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ନିତିନ ନବୀନ ଓ ଶିବେଶ କୁମାରଙ୍କୁ ମିଳିଲା ଟିକେଟ୍ ।
୧୬-ଭାରତ ପାଖରେ ମାତ୍ର ୨୫ ଦିନର ତେଲ ବାକି ଅଛି: ଯୁଦ୍ଧ ଯୋଗୁ ଆମଦାନୀ ପଥ ବନ୍ଦ; ନୂଆ ସପ୍ଲାଏୟର ଖୋଜିଲେ।
୧୭-ଇରାନର ପ୍ରତିଆକ୍ରମଣରେ ଭୟଭୀତ ଆମେରିକା, ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଉଠିଲା ପ୍ରଶ୍ନ।
୧୮-ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ତୀବ୍ରତା ୬.୨,ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି।
୧୯-ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ସୀମା ଲଂଘିଲେ ମଇଦାନକୁ ଓହ୍ଲାଇବ ଆମେରିକା ସେନା।
୨୦-ଆମେରିକାର ଏଆଇ ଆଟାକ୍ ! ଖୋଜିଥିଲା ଖାମେନେଇଙ୍କ ଠିକଣା, ଟ୍ରମ୍ପଙ୍କ ପାଖରେ ଅଛି ଏହି ଘାତକ ଟେକ୍ନୋଲୋଜି।
🙏 *ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ* 🙏
➖➖➖➖➖➖➖➖➖➖➖
