March 7, 2026

ପୋଖରୀ ଖୋଳା ନାମରେ ଚାଲିଥିଲା ଚୋରାପଥର ଖାଦାନ, ମାଡ଼ି ବସିଲେ ସାଂସଦ ପ୍ରତାପ ଷଡଙ୍ଗୀ, ଦୁଇ ପକ୍ଲିନ ଜବଦ୍

IMG-20260222-WA0022
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲାର ଏକମାତ୍ର ଲଘୁଖଣିଜ ସମ୍ପଦର ଭଣ୍ଡାର ନୀଳଗିରିରେ ମାଫିଆଙ୍କ ଆତଙ୍କରାଜ। ଅହରହ ୨୪ଘଣ୍ଟା ଚୋରାରେ ପଥର, ମୋରମ୍, ମାଟି ଲୁଟଚାଲିଛି। ସ୍ଥାନୀୟ ପ୍ରଶାସନ ସବୁଦେଖି ଆଖିରେ ଅନ୍ଧପୁଟୁଳି ବାନ୍ଧି ହାତଟେକି ବସିଛି। ଫଳରେ ରାଜ୍ୟ ରାଜକୋଷ କୋଟିକୋଟି ଟଙ୍କାର ରାଜସ୍ବ ହରାଉଛି।ଏସବୁ ଖବର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନଜରରେ ଥିବାବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅଚାନକ ମହିଷାପଟା ପଞ୍ଚାୟତର ଡମ୍ବୁରୁଘାଟିରେ ପୋଖରୀଖନନ ଆଳରେ ଏକ ପଥରଖାଦାନ ଉପରେ ଚଢାଉ କରିଥିଲେ।ସାଂସଦ ପ୍ରତାପ ଷଡଙ୍ଗୀ ଚଢ଼ାଉ କରିବାକୁ ଯାଇଥିବା ବେଳେ ସତେ ଯେପରି ଏଠାରେ ସରକାରଙ୍କ ସ୍ଵୀକୃତିପ୍ରାପ୍ତ ଖାଦାନ ଭଳି ଲାଗିଲା। ସଙ୍ଗେସଙ୍ଗେ ଖଣିବିଭାଗର ଅଧିକାରୀ, ପୋଲିସ ଓ ବନବିଭାଗର ଅଧିକାରୀଙ୍କୁ ଡକାଇଥିଲେ।ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବଡ଼ ପକ୍ଲିନ ଜବତ କରିଛି। ଏପଟେ ମାଫିଆମାନେ ବ୍ଲାଷ୍ଟିଂ କରିବା ପାଇଁ ଜିଲୋଟିନ ଏବଂ ତାର ମଧ୍ୟ ସଂଯୋଗ କରିଦେଇଥିଲେ। ଏସବୁକୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ ଡମ୍ୱୁରୁଘାଟିରେ ଥିବା ଏକ ପୋଖରୀର ପୁନଃଉଦ୍ଧାର ପାଇଁ ୨୦୨୫/୨୬ଆର୍ଥିକବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଫଳକ ମରାଯାଇ କାମ ବାହାନାରେ ବନବିଭାଗ ନିକଟରୁ ଅନୁମତି ଆଣିଥିଲେ। ଯେହେତୁ ଉକ୍ତ ଜାଗାଟି ବନବିଭାଗ ଅଧିନରେ ଅବସ୍ଥିତ। ପୋଖରୀର ସାମାନ୍ୟ ଏକ କୋଣ ବନ ବିଭାଗ ଅଧିନରେ ଆସୁଥିବାବେଳେ ପର ମିଶନ ମାଗିଥିଲେ। ଡିଏଫ୍ଓ ମଧ୍ୟ ଅନୁମତି ଦେଇଥିଲେ।ମାତ୍ର ପଥର ମାଫିଆ ମାନେ ପୋଖରୀକୋଣ ଖନନ ଆଳରେ ଏକ ବିରାଟ ପଥରଖାଦାନ କରି ଲକ୍ଷଲକ୍ଷ ଟଙ୍କାର ପଥରଚୋରୀକରି ନେଇଯାଇଥିବା ଦେଖଯାଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଏସବୁ ତଥ୍ୟ ଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ କିପରି ନ ଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟପ୍ରଶାସନ ଯେଉଁ କାମ କରିପାରି ନ ଥିଲା, ତାହାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ କରି ଦେଖାଇଛନ୍ତି। ଏହି ଚଢାଉରେ ସାଂସଦଙ୍କ ସହିତ ବାଲେଶ୍ଵର ଖଣିଅଧିକାରୀ ଜଗନ୍ ବେହେରା, ନୀଳଗିରି ଖଣିଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣି, ନୀଳଗିରି ଥାନା ଅଧିକାରୀ ଗୋବର୍ଦ୍ଧନ ନାୟକ, ନୀଳଗିରି ରେଞ୍ଜଅଧିକାରୀ ମନୱର ଖାଁ, ମିତ୍ରପୁର ଫରେଷ୍ଟର ମଞ୍ଜୁଲତା ପ୍ରଧାନ ପ୍ରମୁଖ ସାମିଲଥିଲେ ।ତେବେ ଖବର ଲେଖାହେବା ବେଳକୁ ପକ୍ଲିନ ଦୁଇଟିକୁ ଥାନାକୁ ଅଣାଯାଉଥିବା ବେଳେ ମାଲିକଙ୍କ ବିରୋଧରେ କେସ ରୁଜୁ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।