ବିବାଦୀୟ ଜେଲର ସନ୍ତୋଷିନୀ ଦାସ ସସପେଣ୍ଡ …
କଣ୍ଟାବାଞ୍ଜି ( ଦେବାଶିଷ ଦାଶ )
କଣ୍ଟାବାଞ୍ଜି ସବ୍-ଜେଲ୍ର ଜେଲର ତଥା ବହୁ ବିବାଦୀୟ ସନ୍ତୋଷିନୀ ଦାସଙ୍କୁ ସସପେଣ୍ଡ କରିଛି ଜେଲ୍ ବିଭାଗ. କଟକ ଚୌଦ୍ୱାର ଜେଲରେ ଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଏବଂ ବିଭିନ୍ନ ବିବାଦୀୟ ଘଟଣାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ବିରୋଧରେ ସନ୍ତୋଷିନୀଙ୍କୁ ସସପେଣ୍ଡ ବିଭାଗ. ଦୁଇ ଜଣ ହାର୍ଡକୋର ଅପରାଧୀ ଜେଲରୁ ଫେରାର ହେବା ଘଟଣାରେ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ତାଙ୍କୁ ତୁରନ୍ତ ଚୌଦ୍ୱାରରୁ କଣ୍ଟାବାଞ୍ଜି ସବ୍-ଜେଲ୍କୁ ବଦଳି କରାଯାଇଥିଲା. କଣ୍ଟାବାଞ୍ଜିରେ ମଧ୍ୟ ଅଧିକାଂଶ ସମୟ ବିବାଦରେ ରହିଥିଲେ. ଏପରିକି ଜଣେ ସାମ୍ବାଦିକଙ୍କୁ ଧମକ ଦେବା ନେଇ ସନ୍ତୋଷିନୀଙ୍କ ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା. ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ବି ସନ୍ତୋଷିନୀଙ୍କୁ ଜେଲ୍ ବିଭାଗ ସସପେଣ୍ଡ କରିଛି.
