March 11, 2026

ଜାତୀୟ ଶିକ୍ଷା ନୀତିର ବାଟ ଦେଖାଇଲା ଲିଟିଲ୍ ଫ୍ଲାୱାର ପବ୍ଲିକ୍ ସ୍କୁଲ୍ 

IMG-20260212-WA0013
Share

 

ସମ୍ବଲପୁର,୧୨/୦୨():ଜାତୀୟ ଶିକ୍ଷା ପ୍ରତିଭାର ଦ୍ୱାର। ସମସ୍ତ ଶିଶୁ ପ୍ରତିଭା ହେବେ ବିକଶିତ।ଏହି ପ୍ରତିଭା ବିକାଶ ଲକ୍ଷ ନେଇ ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ମଙ୍ଗଳବାର ପାଳନ କରିଛି ତାର ବାର୍ଷିକ ଉତ୍ସବ।

 

ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ଜଗଦୀଶ ପ୍ରଧାନ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶ୍ଵିନୀ କୁମୁରା, ଲିପିଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ନୃପ ଶେଖର କୁମୁରା, ମେଘପାଲ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ, ଯୁଯୁମୁରା ସରପଞ୍ଚ ଶ୍ରୀମତୀ ବାସନ୍ତି ପ୍ରଧାନ ଓ ବିଦ୍ୟାଳୟର ସାଧାରଣ ସଂପାଦିକା ଶ୍ରୀମତୀ ରୁବୀ ଦେହୁରୀ ଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ସଞ୍ଜୟ ପ୍ରଧାନ ରେଞ୍ଜର କେନ୍ଦୁପତ୍ର ବିଭାଗ ଯୁଯୋମୁରl, ଶିକ୍ଷାବିତ୍ ପ୍ରହ୍ଲାଦ କୁମାର୍ ସାହୁ, ଶିକ୍ଷାବିତ୍ ଚନ୍ଦ୍ରକାନ୍ତ ବିଶ୍ଵାଳ, ପ୍ରେମାନନ୍ଦ ସାହୁ, ଶ୍ରୀମତୀ ନଳିନୀ ମେହେର,ଜୟରାମ ମିର୍ଦ୍ଧା ଓ ଯୁଯୁମୁରା ସମିତି ସଭ୍ୟ ଜୟନ୍ତ କୁମାର ପ୍ରଧାନ , ତୀରନ୍ଦାଜୀ ପ୍ରଶିକ୍ଷକ ମିତ୍ରଭାନୁ ମହାପାତ୍ର ପ୍ରମୁଖ

ଯୋଗ ଦେଇଥିଲେ। ଏହି ଅବସରରେ ସ୍କୁଲର ବିଭିନ୍ନ ପାରଦର୍ଶିତା ପାଇଁ ଶିକ୍ଷାର୍ଥୀ, କର୍ମଚାରୀ, ଅବିଭାବକ ଓ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

 

ଶିକ୍ଷୟତ୍ରୀ ମାତୃପ୍ରିୟା ଶତପଥୀ ଓ ତପସ୍ୟା ଷଣ୍ଢ ଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାପନା ରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।ଯାହା ଇନ୍ଦ୍ରଧନୁ ର ସପ୍ତରଙ୍ଗ ରେ ରଙ୍ଗାୟିତ ମନୋରମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଆର୍ଯ୍ୟସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସ୍କୁଲ କମିଟିର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।