April 25, 2026

   ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ 

IMG-20251221-WA0079
Share

 

 

ଗାଙ୍ଗପୁର, ୨୧/୧୨, ସୋରଡା ବ୍ଲକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତିନି ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ କୋଟିବାଡ଼ି ସିଆରସିସି କାହ୍ନୁ ଚରଣ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦମନ୍ତ୍ର ପାଠ କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୀ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ସମ୍ଵନ୍ଧୀୟ ବିଭିନ୍ନ ବିଷୟରେ ବୁଝାଇଥିଲେ I ପ୍ରଧାନ ଶିକ୍ଷକ ସନାତନ ପ୍ରଧାନ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ବୁଝାଇ ଦିଗ୍ ଦର୍ଶନ ଦେଇଥିଲେ I ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା,ପ୍ରଦୀପ କୁମାର ପଣ୍ଡା, ଗୋଲକ ବିହାରୀ ପ୍ରଧାନ,ଶ୍ୟାମଘନ ଗୌଡ଼, ସମୀର୍ କୁମାର ଜେନା, ଜଗନ୍ନାଥ ମଲ୍ଲିକ,ଝୁନା ପାଇକ, ମାମା ପ୍ରଧାନ, ନମିତା କୁମାରୀ ପଟ୍ଟନାୟକ ଏବଂ ବିଶ୍ଵ ରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I ଶିକ୍ଷକ ଶ୍ଯାମଘନ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ସମୀର କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I