April 24, 2026

ପ୍ରଶାସନିକ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ମଣିଜଙ୍ଗା ମେଡ଼ିକାଲ ସମ୍ମୁଖରେ ଧାରଣା ରତ ଅଞ୍ଚଳବାସି 

IMG-20251206-WA0053
Share

୦୬/୧୨/୨୦୨୫ ଗତକାଲି ଠାରୁ ବିଭିନ୍ନ ସମସ୍ୟା କୁ ନେଇ ୫ଦଫା ଦାବି ମାଧ୍ୟମରେ କଟକ _ପାରାଦୀପ ରାସ୍ତାର ପାର୍ଶ୍ଵ ରେ ଅବସ୍ଥିତି ମଣିଜଙ୍ଗା ମେଡ଼ିକାଲ ସମ୍ମୁଖରେ ଧାରଣା ରେ ବସିଥିବା ଅଞ୍ଚଳବାସୀଙ୍କ ଦାବୀ ଆଜି ଜିଲ୍ଲା ପ୍ରଶାସନ ତରଫରୁ ପୂରଣ ହୋଇଛି,ଆଜି ଦିନ ୧୨ ଘଟିକା ସମୟରେ DPHO ସନ୍ତୋଷ କୁମାର ବେହେରା CDMO ଜଗତସିଂହପୁର ଙ୍କ ନିର୍ଦ୍ଦେଶ କର୍ମେ ଆସି ଧାରଣରତ ଅଞ୍ଚଳବାସୀ ଙ୍କ ସହିତ ଆଲେଚନା କରି ମେଡ଼ିକାଲ ସମ୍ବନ୍ଧିତ ସମସ୍ତ ୫ ଗୋଟି ଦାବିକୁ ମାନିନେଇଛନ୍ତି ଦାବି ଗୁଡ଼ିକ ଯଥା

୧_ ବିବାଦୀୟ ଡାକ୍ତର ପଙ୍କଜ ଚାନ୍ଦ ଙ୍କ ପୋଷ୍ଟଙ୍ଗି ଆଦେଶ କୁ ଖାରଜ କରି ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ବଦଳି

୨_ପୂର୍ବରୁ ଥିବା ଡା ଶୁଭମ୍ ମହାନ୍ତି ଙ୍କ ସ୍ଥାନରେ ଡ଼ା ସୁବାସ ଚନ୍ଦ୍ର ବେହେରା ଙ୍କୁ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଭାବେ ନିଯୁକ୍ତି

୩_ତୁରନ୍ତ ମଣିଜଙ୍ଗା ମେଡ଼ିକାଲ ରେ ଶିଶୁ ରୋଗ ବିଶେଷଜ୍ଞ ଙ୍କ ନିଯୁକ୍ତି ପାଇଁ ସରକାର ଙ୍କୁ ଅନୁରୋଧ

୪_PHC ଡାକ୍ତର ଙ୍କୁ ପୁର୍ବଭଳି ChC ରେ ରୋଗି ଦେଖିବାକୁ ଅନୁମତି

୫_ ସ୍ଥାନୀୟ ୨ଯୁବକ ଙ୍କ ନାମରେ ଡ଼ା ପଙ୍କଜ ଚାନ୍ଦ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ତିର୍ତ୍ତୋଲ ଥାନା ରେ ହେଇଥିବ ଏତଲା କୁ CDMO ଙ୍କ ତତ୍ତ୍ଵାବଧାନରେ ୭ ଦିନ ମଧ୍ୟରେ ଆପୋଷ ସମାଧାନ କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ

ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି

ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ରେ ଧାରଣାରତ ମଣିଜଙ୍ଗା ଗ୍ରାମ ପଞ୍ଚାୟତ ର ସରପଂଚ ଶଶଧର ମଲ୍ଲିକ, ଜଡତିରା ଗ୍ରାମ ପଞ୍ଚାୟତ ର ସରପଂଚ ଶିବ ପ୍ରାସାଦ ସାହୁ, ଫକୀର ଚରଣ ସ୍ୱାଇଁ, ଜଗବନ୍ଧୁ ସ୍ୱାଇଁ, ରୂପକ ନାଥ, ସଞ୍ଜୟ ସାହୁ, ଆଦିତ୍ୟ ନାଥ ଶର୍ମା, ସୁଶାନ୍ତ କୁମାର ସାହୁ, ଲାଲବାହାଦୂର ପଣ୍ଡା, ରାଜେନ୍ଦ୍ର ଦାସ, ଅଶ୍ୱିନ ସ୍ୱାଇଁ, ବାବୁ ଦାସ ପ୍ରମୁଖ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି

You may have missed