April 24, 2026

ନବରଙ୍ଗପୁର ଠାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନର ଶୁଭାରମ୍ଭ……

IMG-20251206-WA0052
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ପରି ଘୃଣ୍ୟପ୍ରଥାର ସଂପୂର୍ଣ୍ଣ ବିଲୋପ ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନସ୍ତରରେ ଉଦ୍ୟମ ଜାରି ରହିଛି। ସମଗ୍ର ରାଜ୍ୟରେ ବାଲ୍ୟ ବିବାହ ପ୍ରଥା ବନ୍ଦ ନିମନ୍ତେ ୨୦୨୪ ନଭେମ୍ବରରୁ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦୩୦ ସୁଦ୍ଧା ଶିଶୁ ବିବାହ ପ୍ରଥାରେ ପୂର୍ଣ୍ଣଛେଦ ପକାଇବା ନିମନ୍ତେ ସରକାରୀସ୍ତରରେ ସଂକଳ୍ପ ଗ୍ରହଣ କରାଯାଇଛି ।ଏ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଶିଶୁ ବିବାହ ମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି।ଏ ପରିପ୍ରେକ୍ଷୀରେ ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ୧୦୦ ଦିନିଆ ବ୍ୟାପକ ସଚେତନତା ଅଭିଯାନ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି l ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୭ ନଭେମ୍ବର ୨୦୨୪ ମସିହାରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲା ଏବଂ ୨୭ ନଭେମ୍ବର ୨୦୨୫ ମସିହାରେ ଏହା ଏକ ବର୍ଷ ପୂରଣ କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶୋଭାଯାତ୍ରା, ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି ।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ. ମହେଶ୍ୱର ସ୍ୱାଇଁ,ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର,ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ,ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ,ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ,ପି. ଆଇ. ଟି. ଡି. ଏ ଶ୍ରୀ ରାଜୀବ ପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଦ୍ରୌପଦୀ କହର, ଆଇନଗତ ପରାମର୍ଶଦାତା, ୱାନ୍ ଷ୍ଟପ୍ ସେଣ୍ଟର ଶ୍ରୀମତୀ କିଶୋରୀ ପଟ୍ଟନାୟକ,ଶିଶୁ ଅଧିକାର ସଂଘର ସଦସ୍ୟ ଶ୍ରୀ ସୌରଭ ଉପାଧ୍ୟାୟ ପ୍ରମୁଖ ଏହି ସମାରୋହରେ ଯୋଗ ଦେଇ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟକୁ ବାଲ୍ୟ ବିବାହ ମୁକ୍ତ କରାଯବ । ଜିଲ୍ଲାପାଳଙ୍କ ମତରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ବଦ୍ଧ l ପଞ୍ଚାୟତ ସ୍ତରରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ବାଲ୍ୟ ବିବାହ ରୋକିବା ଦିଗରେ କାମ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପସଭାପତି ଇଂ. ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

You may have missed