ଉମରକୋଟ ଠାରେ ମଣ୍ଡେଇ-୨୦୨୫ ଉପଲକ୍ଷେ କବିତା ପାଠୋତ୍ସବ
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନଂବରଙ୍ଗପୁର ଜିଲ୍ଲା ଲୋକ-ମହୋତ୍ସବ ମଣ୍ଡେଇ-୨୦୨୫ ପକ୍ଷରୁ, ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ, ଉମରକୋଟ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଉମରକୋଟ, ଚନ୍ଦାହାଣ୍ଡି, ରାଇଘର ଓ ଝରିଗାଁ ବ୍ଲକ୍ କୁ ନେଇ ‘ବ୍ଲକ୍ ସ୍ତରୀୟ କବିତା ପାଠୋତ୍ସବ’ କାର୍ଯ୍ୟକ୍ରମରେ ଦାସିଆ ସାଂସ୍କୃତିକ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପ୍ରାକ୍ତନ ସଦସ୍ୟ ଓଡିଶା ସାହିତ୍ୟ ଏକାଡେ଼ମୀ, ଶ୍ରୀ ବଲ୍ଲଭ ରାଉତ, ବିଶିଷ୍ଟ ଅତିଥି ଭାବେ ସମାଜ ସେବୀ ଜୟଦେବ ପରିଡା, ବରେଣ୍ୟ ଅତିଥି ଭାବେ ଡ଼ଃ ସୁରେନ୍ଦ୍ର ନାଥ ଦାଶ, ମୁଖ୍ୟବକ୍ତା ଭାବେ ସାରସ୍ବତ ସଂପାଦକ ପ୍ରଫୁଲ୍ଲ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଅଧ୍ୟାପକ ଗୋପାଳ ମହାରଣା, ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବାଗ, ଶିକ୍ଷୟିତ୍ରୀ ପ୍ରଭାତୀ ଦେବନାଥ, ଶାନ୍ତିଲତା ମହାନ୍ତି ଓ ବେହେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ବିଧାନ ବିଶ୍ବାସ ଯୋଗ ଦେଇଥିଲେ।କବିତା ଗୁଡିକ ସଂଯୋଜନା ତଥା ପରିଚାଳନା ରେ ଥିଲେ କବି ସାଗର କୁମାର ପରିଡା, କବୀ ସ୍ବାଗତିକା ସାହୁ। ଏହି କାର୍ଯ୍ୟକ୍ରମରେ ପ୍ରାୟ 80 ଜଣ କବି, କବୟତ୍ରୀ ଯୋଗ ଦେଇଥିଲେ। ଯେଉଁ ମାନେ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କାଟିବା ହେତୁ, ସର୍ବଶ୍ରୀ ସମୀର କୁମାର ପ୍ରଧାନ, କେଦାରେଶ୍ୱର ପଟ୍ଟନାୟକ, ବିବେକାନନ୍ଦ ପଟ୍ଟନାୟକ, ଗଣେଶ ପ୍ରସାଦ ରଣା, ବିଷ୍ଣୁ ପ୍ରସାଦ ସାହୁ, ରାଜେଶ ଜୀ, ନୀଳକଣ୍ଠ ଚମ୍ପତି, ବିମଳ କୁମାର ବାରୋଇ, ଶେଖ ନାସିରୁଦ୍ଦିନ, ସୁରେଶ ଚନ୍ଦ୍ର ପଣ୍ଡା, ସତ୍ୟେନ୍ଦ୍ର ରାଉତ, ସଞ୍ଜୟ କୁମାର ସାମଲ, ମହାନନ୍ଦ ମହାଳିକ, ନଗେନ୍ଦ୍ର କୁମାର ରାଉତ, ରାଜ କିଶୋର ନାୟକ, ଡଃ ସନ୍ତୋଷ କୁମାର ଖମାରୀ ପ୍ରମୁଖ ଯୋଗଦାନ କରିଥିଲେ l
