ଠକେଇ ଅଭିଯୋଗରେ ଉମରକୋଟର ଯୁବକ କୁ ଉଠାଇ ନେଲା ହରିୟଣା ପୋଲିସ…….
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ହରିଆଣାର ଫରିଦାବ।ଦ ଜିଲ୍ଲାର ବଲ୍ଲଭଗଡ ସାଇବର ଥାନାର ୩ ପୋଲିସ ଅଧିକାରୀ ଉମରକୋଟର ଜଣେ ଯୁବକକୁ ଆର୍ଥିକ ଠକେଇ ମାମଲାରେ ଗିରଫ କରି ହରିୟଣା ନେଇ ଚାଲି ଯାଇଛି। ଯୁବକ ଗିରଫ ଯୁବକର ନା ହେଲା ରାକେଶ ମହାପାତ୍ର ଯିଏ କି ଉମରକୋଟ ଡି ଏଁନ କେ ର ବୋଲି ଜଣା ପଡିଛି। ୨୬/୦୯/୨୦୨୪ତାରିଖ ଦିନ ବଲ୍ଲଭଗଡ ସାଇବର ଥାନାରେ ରୁଜୁ ହେଇଥିବା ଘଟଣାରେ ରାକେଶ ମହାପାତ୍ର ବଲ୍ଲଭ ଗଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଅନ ଲାଇନରେ ଠକେଇ କରି ତ।ଙ୍କ ମହିଳା ବାନ୍ଧବୀଙ୍କ ଆକାଉଣ୍ଟ ରେ ପ୍ରଥମେ ଡି ପୋଜିଟ କରି ପରବର୍ତ୍ତୀ ସମୟରେ ନିଜ ଆକାଉଣ୍ଟ କୁ ନେଇ ଯାଇଥିଲେ। ଏହି ଘଟଣାରେ ବଲ୍ଲଭ ଗଡ ସାଇବର ଥାନାରେ ରାକେଶ ବିରୋଧ ରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୧୮(୪), ୬୧ (୨) ରେ ମୋକଦ୍ଧମା ରୁଜୁ ହେଇ ଥିଲା। ପୋଲିସ ପ୍ରଥମେ ରାକେଶ ଙ୍କ ମହିଳା ବାନ୍ଧବୀ ମିନରଭା ଦେବୀ ଙ୍କୁ ଗିରଫ କରି ଥିଲା। ପରେ ମିନର୍ଭ। ଙ୍କ ବୟାନ କୁ ଆଧାର କରି ରାକେଶ ଙ୍କୁ ଗିରଫ କରିଛି। ବଲ୍ଲଭଗଡ ସାଇବର ଥାନା ରୁ ଭୂପିନ୍ଦର ସିଂ, ସାଗର ଓ ଅନୁ ଉମରକୋଟ ଆସି ପ୍ରଥମେ ଉମରକୋଟ ଥାନା କୁ ଆସି ଲିଖିତ ଭାବେ ସୂଚନା ଦେବା ସହ ପୋଲିସ ସୁରକ୍ଷା ମାଗି ଥିଲେ। ଉମରକୋଟ ପୋଲିସ ସୁରକ୍ଷା ଦେବା ପରେ ହରିଆଣା ପୋଲିସ ରାକେଶ କୁ ଗିରଫ କରି ବଲ୍ଲଭ ଗଡ କୁ ନେଇ ପଳାଇଛି।
