ନବରଙ୍ଗପୁର ଜିଲ୍ଲା ରେ ସକ୍ଷମ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ…………
ନବରଙ୍ଗପୁର :-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା “ସକ୍ଷମ” ତରଫରୁ ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସିନ୍ଧିଗୁଡା ଉତ୍କଳ ବାଳାଶ୍ରମ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଅନାଥ ଶିଶୁମାନଙ୍କ ଭବିଷ୍ୟତ ଗଠନ ଦିଗରେ ନିଜ ଅଧିକାର ସାବ୍ୟସ୍ତ,ସୁରକ୍ଷା,ଜିଜ୍ଞାସୁ ହେବା,ସମୟାନୁବର୍ତ୍ତିତା,ସ୍ବଚ୍ଛତା ଆଦିକୁ ଧ୍ୟାନରେ ରଖି ସମାଜ ଓ ରାଷ୍ଟ୍ର ପାଇଁ କାମ କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସକ୍ଷମ ପରିବାରରୁ ସଚିବ ଏ ସୁରେଶ ଶାସ୍ତ୍ରୀ ଛାତ୍ରମାନଙ୍କୁ ଉଦାହରଣ ମାଧ୍ୟମରେ ରାଜ୍ୟ ତଥା ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ପରାକାଷ୍ଠା ବିଷୟରେ ସୂଚିତ କରିଥିଲେ। ଦିବ୍ୟଅଙ୍ଗ ନେଇ ଯେଉଁମାନେ ଜନ୍ମ ହୋଇଛନ୍ତି,ସେମାନଙ୍କ ପାଖରେ ସ୍ବତନ୍ତ୍ର ଶକ୍ତି ନିହିତ ରହିଥାଏ ଏହାସହ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ଶ୍ରୀ ଶାସ୍ତ୍ରୀ କହିଥିଲେ। ବିଜ୍ଞାନର ଅଗ୍ରଗତିରେ ବର୍ତ୍ତମାନ ଦିବ୍ୟାଙ୍ଗ ଜନ୍ମ ହେବା କମ୍ ହେଉଥିବା ସେ କହିଥିଲେ। ସକ୍ଷମ ପରିବାରର ସଭାପତି ସୁଜିତ ରଥ ଜଣେ ସାମାଜିକ ପ୍ରାଣୀ ଭାବରେ ଅନ୍ୟର ସେବା କଲେ ହିଁ ତାହା ପ୍ରସ୍ଫୁଟିତ ହୋଇ ସମାଜରେ ବାସେ ବୋଲି କହିଥିଲେ। ବିଶ୍ବରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ମହତ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି ଦିବସରେ ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରମାନଙ୍କୁ ପ୍ରେରଣା ଦେଇଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତେଜେଶ୍ବର ରାଓ, ଲୋକନାଥ ପ୍ରଧାନ,ବାଳାଶ୍ରମ ଅଧ୍ୟକ୍ଷ ରାମକୃଷ୍ଣ ସାବତ,ଶ୍ରୀପତି ଶତପଥି,ନିଳମଣି ମହାପାତ୍ର,ଉମାରାଣୀ ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ।
