ଉମରକୋଟ ରେ ମାନବିକତା ଦେଖାଇଲେ ପୈରପରିଷ କାର୍ଯ୍ୟନିର୍ବାହୀ ଅଧିକାରୀ…..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷଦ ୯ନଂ ୱାର୍ଡ କେନାଲ ସାହି ଠାରେ ରହୁଥିବା ବିମଳା ବରାଳ ବୟସ ୫୫ ଗତ ଶୁକ୍ରବାର ରାତିରେ ଦେହ ଖରାପ ହୋଇଥିବାରୁ ବିମଳା ଙ୍କ ମୃତ୍ୟୁ ହୋଇଥିଲା । ସ୍ବାମୀ ଆରପାରି ରେ ପରିବାର କହିଲେ ବିମଳା ଜଣେ ଝରିଗାଁ ଠାରେ ସମସ୍ତ ପରିବାର ରହୁଥିବା ବେଳେ ଉମରକୋଟ ଠାରେ ଦିର୍ଘ ବର୍ଷ ହେବ ରହି ଆସୁଥିଲେ । ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା ମୃତ୍ୟୁ ଖବର ପାଇ ଶନିବାର ଦିନ ସକାଳୁ ପୈରପରିଷ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଓ କାଉନସିଲର ଏବଂ ସମସ୍ତ କର୍ମଚାରୀ ଙ୍କ ସହ ପହଞ୍ଚି ଥିଲେ। ପରେ ପରିବାର ଲୋକ ଆସି ପହଞ୍ଚିଥିଲେ । ପୈରପରିଷ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପହଞ୍ଚି ମୃତ୍ୟୁ ବିମଳାଙ୍କ ପରିବାର କୁ ହରିଶ୍ଚନ୍ଦ୍ର ଯୋଜନା ରେ ୪୦୦୦ ଟଙ୍କା ଓ ମୃତ୍ୟୁ ବିମଳାଙ୍କ ମୃତ ଦେହକୁ ଶ୍ମଶାନ ନେବାର ବନ୍ଦୋବସ୍ତ କରି ଶବଦାହ କରାଇଥିଲେ । ପୈରପରିଷ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ ଦେଖି ସାହିବାସିନ୍ଦା ପ୍ରଶଂସା କରିଥିଲେ। ।
