April 26, 2026

ବିଧାନସଭାରେ ପାରଳା ବିଧାୟକଙ୍କ ଦୃଷ୍ଟି ଆକାଷଣ ନିର୍ଦ୍ଧାରିତ ସମୟରେ ଧାନମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉ

IMG-20251206-WA0047
Share

ପାରଳାଖେମୁଣ୍ଡି-(କୃଷ୍ଣ କୁମାର ବେହେରା)-ବିଧାନସଭାର ପ୍ରଶ୍ନକାଳ ସମୟରେ ଧାନକିଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳା ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ । ସେ ବିଧାନସଭାର ଦୃଷ୍ଟି ଆକଷଣ କରି କହିଛନ୍ତିଯେ, ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନକିଣା ଯାଉ. ଗତବର୍ଷ ଧାନମଣ୍ଡି ଖୋଲିବାରେ ବିଳମ୍ବ, ଟୋକନ୍ ପ୍ରଦାନରେ ବିଳମ୍ବ, ବେରଙ୍ଗି ଧାନମଣ୍ଡିରେ ଗ୍ରହଣ ନକରିବା, ମିଲରଙ୍କ ମନମାନି ଯୋଗୁଁ ଧାନ ଉଠାଇବାରେ ବ୍ୟାପକ ବିଭ୍ରାଟ ଦେଖା ଯାଇଥିଲା. ଯଦ୍ୱାରା ଗତବର୍ଷ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଚଳିତବର୍ଷ ଆସନ୍ତା ୩୦ ତାରିଖରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏଯାବତ୍ ମଣ୍ଡିରେ ଭିତ୍ତଭୂମି ସଜାଡ଼ିବା ସହ ମିଲର୍‌ଙ୍କୁ ଚୁକ୍ତି ସ୍ବାକ୍ଷର ଆଦି କାର୍ଯ୍ୟ ହୋଇପାରିନାହିଁ। ତେଣୁ ପୁଣିଥରେ ମଣ୍ଡିରେ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ସ୍ଥିତିକୁ ସୁଧାରିବା ସହ ସମାଧାନ ପଦକ୍ଷେପ ନେବାକୁ ବିଧାନସଭାରେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଅବଗତ କରିଥିଲେ । ୨୦୨୪ ଖରିଫ ଋତୁରେ ଗଜପତି ଜିଲ୍ଲା ପ୍ରଶାସନ ଟୋକନ୍ ପ୍ରଦାନ କରିବାରେ ବିଳମ୍ବ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚାଷୀଙ୍କ ଠାରୁ ଧାନ କିଣିବାରେ ବିଫଳ ହୋଇଥିଲା । ଫଳରେ ଆନ୍ଧ୍ର ବ୍ୟବସାୟୀଙ୍କୁ କମ୍ ଦରରେ ଧାନ ବିକିବା ପାଇଁ ଚାଷୀ ବାଧ୍ୟ ହୋଇଥିଲେ ବୋଲି ସେ ବିଧାନସଭାରେ କହିଥିଲେ.