ଖବର ଆଜିର
*ଖବର ଆଜିର*
ତାରିଖ ୦୮/୦୫/୨୦୨୩ ସୋମବାର ।
ଆଇପିଏଲ୍: ଲକ୍ଷ୍ନୌକୁ ୫୬ ରନ୍ରେ ହରାଇଲା ଗୁଜରାଟ, ମୋହିତ ଶର୍ମା ନେଲେ ୪ ୱିକେଟ୍ ।
ରାଜସ୍ଥାନ ପାଇଁ କାଳ ହେଲା ନୋ ବଲ୍, ଶେଷ ବଲ୍ରେ ସନରାଇଜର୍ସ ହାଇଦ୍ରାବାଦର ନାଟକୀୟ ବିଜୟ ।
ଯୌନ ନିର୍ଯ୍ୟାତନା ମାମଲା: ସରକାରଙ୍କୁ ୧୫ ଦିନ ଅଲ୍ଟିମେଟମ୍ ଦେଲେ କୁସ୍ତିଯୋଦ୍ଧା ଏବଂ କୃଷକ ।
ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଏବଂ ପିକ୍ଅପ୍ ଧକ୍କାରେ ପରିବାରର ୭ ମୃତ, ପାଞ୍ଚ ଆହତ ।
୨୦୨୫ ସୁଦ୍ଧା ୭୦% କର୍ମଚାରୀଙ୍କୁ ନୂଆ କୌଶଳ ଆବଶ୍ୟକତା, ଭାରତ ସରକାରଙ୍କୁ ଦିଆଯିବ ଜି-୨୦ ଦେଶଙ୍କ ସହ ଆଲୋଚନାର ରିପୋର୍ଟ ।
ଆସନ୍ତା ମଇ ୯’ ତାରିଖ ମଙ୍ଗଳବାର ଦିନ ଦେଶବ୍ୟାପୀ ସାମୂହିକ ହନୁମାନ ଚାଲିଶା ପାଠ କରିବ ବଜରଙ୍ଗ ଦଳ।
କେଜ୍ରିୱାଲଙ୍କ ବଙ୍ଗଳା ମରାମତି ୪୫ କୋଟି ନୁହେଁ, ୧୭୧ କୋଟି ଖର୍ଚ୍ଚ ହୋଇଛି: ଅଜୟ ମାକେନ ।
ପୁଲୱାମାରେ ଆକ୍ରମଣ ଯୋଜନା ପଣ୍ଡ: ୬ କିଲୋ ଆଇଇଡି ଜବତ, ଆତଙ୍କବାଦୀଙ୍କ ସହଯୋଗୀ ଗିରଫ ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ଖାତା ଦେଖା ଶେଷ ହେବା ପରେ ଏବେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନିର୍ବାଚନ ପ୍ରଚାର ନିମନ୍ତେ ବେଙ୍ଗାଲୁରୁ ନିୟୁ ଥିପ୍ପାସାଣ୍ଡ୍ରା ରୋଡର କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ନିକଟରୁ ଟ୍ରିନିଟ ସର୍କଲ ପର୍ଯ୍ୟନ୍ତ ସଡକ ଶୋଭାଯାତ୍ରା (ରୋଡ ଶୋ’) କରିଛନ୍ତି।
କେରଳରେ ଓଲଟିଲା ଡଙ୍ଗା, ୧୫ ଜଣଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।
Asian Weightlifting: ରୌପ୍ୟ ପଦକ ଜିତିଲେ ୨୦ ବର୍ଷୀୟ ଜେରେମି ଲାଲ୍ରିନ୍ନୁଙ୍ଗା , ଟୁର୍ନାମେଣ୍ଟରେ ଭାରତକୁ ମିଳିଲା ଦ୍ୱିତୀୟ ପଦକ ।
ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲ୍ଫି ନେବା ପଡ଼ିଲା ମହଙ୍ଗା, ସସ୍ପେଣ୍ଡ୍ ହେଲେ ଫାର୍ମାସିଷ୍ଟ ।
ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ: କହିଲେ- ‘କେବେ ସଦ୍ଦାମ ହୁସେନ ତ, କେବେ ଅମୂଲର ଛୋଟ ପିଲା’।
୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ଓ ସମୀକ୍ଷା।
ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦ ସହିତ ଆଞ୍ଚଳିକ ଭାଷାର ଅଭିଧାନ ପ୍ରକାଶ କରିବେ ଭାରତ ସରକାର ।
ଭୀଷଣ ହୀମପାତ ପରେ ପୁଣି ଚାରଧାମ ଯାତ୍ରା ଆରମ୍ଭ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା ।
ସୁପ୍ରଭାତ ,ଶୁଭ ସକାଳ ।