April 25, 2026

ପଥର ଛେଚି ମହିଳାଙ୍କୁ ହତ୍ୟା ଘଟଣା —ଜଣେ ଅଟକ, ତଦନ୍ତ ଜାରୀ

IMG-20230508-WA0000
Share

ପଥର ଛେଚି ମହିଳାଙ୍କୁ ହତ୍ୟା ଘଟଣା —ଜଣେ ଅଟକ, ତଦନ୍ତ ଜାରୀ

====================

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ପଥରରେ ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା l ଏହି ଘଟଣାରେ ସନ୍ଧେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରୀ ରଖିଥିବା ଜଣା ପଡିଛି l ଏଥିସହ କେଶ ନ 710/23 ରେ ମାମଲା ଦାୟର କରିଛି ରମ୍ଭା ଥାନା ପୋଲିସ l ରମ୍ଭା ଥାନା ଇଲାକାରେ ଏହି ଘଟଣାକୁ ମିଶାଇ ଦୁଇଟି ମହିଳାଙ୍କୁ ଏପରି ହତ୍ୟା କରାଯାଇଛି ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି l ପ୍ରକାଶ ଯୋଗ୍ୟ ଜହମି ଗ୍ରାମର ଭଗବାନ ନାହାକ ଙ୍କ ପତ୍ନୀ ପୁନି ନାହାକ (66) ନିକଟସ୍ଥ ରେଳ ଲାଇନ ପାର ହୋଇ ପାହାଡ଼ ପାର୍ଶ୍ୱରେ ରହିଥିବା କାଜୁ ଜଙ୍ଗଲ କୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ l

ସେ ସନ୍ଧ୍ୟା ସୁଧା ଘରକୁ ନ ଫେରିବାରୁ ପାରିବାର ଲୋକେ କାଜୁ ଜଙ୍ଗଲରେ ଯାଇ ଖୋଜା ଖୋଜି କରିଥିଲେ l ଜଙ୍ଗଲ ମଧ୍ୟରେ ତାଙ୍କର ମୃତ ଦେହ ପଡିଥିବା ଦେଖି ରମ୍ଭା ଥାନାକୁ ଖବର ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ରମ୍ଭା ଥାନା ଆଇଆଇସି ପି ସ୍ୱରୂପ କିଷାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ l ବୃଦ୍ଧା ଜଣଙ୍କ ସୁନା ଅଳଙ୍କାର ପିନ୍ଧି ଥିବା ବେଳେ ତାଙ୍କୁ କୌଣସି ଦୁବୃତ୍ତ ପଥରରେ ଛେଚି ହତ୍ୟା କରିବା ପରେ ତାଙ୍କର ସୁନା ଅଳଙ୍କାର ଗୁଡିକୁ ଲୁଟି ନେଇଥିବା ଯୋଗୁଁ ସୁନା ଗହଣା ଲୋଭରେ ତାଙ୍କୁ ହତ୍ୟା କରାଯାଇଥାଏ ପାରେ ବୋଲି ପୋଲିସ ଅନୁମାନ କରୁଛି l ଖୁବ ଶୀଘ୍ର ଏହି ଘଟଣାର ପରଦା ଫ୍ଲାସ କରାଯିବ ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି l