April 24, 2026

ଉମରକୋଟ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ “ଟ୍ୟାଲେଣ୍ଟ ହଣ୍ଟ” କାର୍ଯ୍ୟକ୍ରମ ଅନୁଷ୍ଠିତ……..

IMG-20251122-WA0036
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ

ଅଦ୍ୱିକା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଶିଶୁ କିଶୋରୀ ମାନଙ୍କ ପ୍ରତିଭା ଅନ୍ୱେଷଣ “ଟ୍ୟାଲେଣ୍ଟ ହଣ୍ଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ପ୍ରତିଭା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମକୁ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ କାରାଗାଁ ସରପଞ୍ଚ, ସୁପରଭାଇଜର ସରିତା ଜେନା, କୁନ୍ତଳା ପାତ୍ର, ମମତା ବିଶ୍ବାସ, ସୌଦାମିନୀ ମିଶ୍ର, ଏସ୍ ସୂର୍ଯ୍ୟକାନ୍ତା ପ୍ରମୁଖ ଯୋଗଦେଇ ନିଜ ନିଜ ଅଭିଭାଷଣରେ ବକ୍ତବ୍ୟରେ କିଶୋରୀ ଶିଶୁ ମାନଙ୍କ ପ୍ରତିଭାର ବିକାଶ ହୋଇପାରିଲେ ସେମାନେ ଆଗକୁ ବଢ଼ିବେ ବୋଲି ମତ ପ୍ରଦାନ କରିଥିଲେ। କିଶୋରୀ ବାଳିକା ମାନଙ୍କ ସଶକ୍ତିକରଣ ଓ ଦକ୍ଷତା ବିକାଶ ଲକ୍ଷ୍ୟରେ “ଅଦ୍ୱିକା” ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ୧୦ ରୁ ୧୮ ବୟସ ବର୍ଗର ଝୋଟି, ନୃତ୍ୟ, ଗୀତ, ବକ୍ତୃତା ଓ କୁଇଜ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସଫଳ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କିଶୋରୀମାନଙ୍କ ମନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ପ୍ରଶ୍ନଗୁଡ଼ିକ ବାବଦରେ କଥୋପକଥନ କରି ସମାଧନ ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କିଶୋରୀ ମାନଙ୍କୁ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ନିଶ୍ଚୟ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ପୃକ୍ତ ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।