April 24, 2026

ବିଜ୍ଞାନ ମେଳା ରେ 10 ପ୍ରକଳ୍ପ ଜିଲ୍ଲା ସ୍ତରକୁ ଉର୍ଣ୍ଣିତ

IMG-20251122-WA0035
Share

 

 

ଗଂଜାମ= ପ୍ରଦୀପ କୁମାର ପଣ୍ଡା

 

ଭାରତୀ ବିଦ୍ୟାପୀଠ ସଭାଗୃହ ଠାରେ ଗଂଜାମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଅଧକ୍ଷl ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି,ବିଇଓ ପ୍ରସନ କୁମାର ବେହେରା, ଏବିଇଓ ସଂଯୁକ୍ତା ବେହେରା, ବିନିତା ମିଶ୍ର, ସୁବଳୟା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବେହେରା, ଗୋଖରକୁଦା ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ବ୍ଲକର 20 ଟି ହାଇସ୍କୁଲ, 2 ଟି ଆଶ୍ରମ ସ୍କୁଲ, ଗୋଟିଏ ଆଦର୍ଶ ବିଦ୍ୟାଳୟ, 20 ଉଚ୍ଚ ବିଦ୍ୟାଳୟ ଏବଂ 35 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ 132 ଟି ବିଜ୍ଞାନୀ ପ୍ରକଳ୍ପ ସ୍ଥାନ ପାଇଥିଲା l ସେଥିରୁ 10 ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ଉର୍ଣ୍ଣିତ ହୋଇଥିବା ସିଆରସିସି ଦାମୋଦର ପଣ୍ଡା ସୂଚନା ଦେଇଛନ୍ତି l ଛଅ ଟି ପ୍ରକଳ୍ପ ବାଲ ବୈଜ୍ଞାନିକ ପଦର୍ଶନୀ ଓ 4 ଟି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ନିମନ୍ତେ ମନୋନୀତ ହୋଇଥିବା ବିଇଓ ବେହେରା ସୂଚନା ଦେଇଛନ୍ତି l ଡ଼ିଆଡେଇଁ ସ୍କୁଲ ଗାଇଡ଼ ଶିକ୍ଷକ ନିରଞ୍ଜନ ବେହେରାଙ୍କ ପ୍ରଚେଷ୍ଟାରେ ପିଲାମାନେ ସବୁଜ ଶକ୍ତି ଗ୍ରୀନ ଏନଏର୍ଜି ଦ୍ୱାରା ଗ୍ୟାସ ଲିକ ସମୟରେ ଆଲାରମ ବାଜିବ ତାହା ବିଜ୍ଞାନୀ ପଦର୍ଶନ ମାଧମରେ ଦେଖାଇଥିଲେ l ସିଆରସିସି ସଞ୍ଜୟ ବେହେରା, ହାଇସ୍କୁଲ କ୍ଲର୍କ ହରି ହର ବାରିକଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷକ ମାନେ ସହଯୋଗ କରିଥିଲେ l