ନାଲକୋ ଠିକା ମଜଦୂର ସଂଘ(ସ୍ମେଲଟର/ସିପିପି) ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ବଅଁରପାଳ,୨୨/୧୧ ନାଲକୋ କାରଖାନାର ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ନେଇ ଆଜି (ଇଡି) ଆଡ୍ମିଷ୍ଟେସନ ଅଫିସ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ରାଲି ପ୍ରଦର୍ଶନ ସହ ଶତାଧିକ ଠିକା ଶ୍ରମିକ ନାଲକୋ ଠିକା ମଜଦୂର ସଂଘ(ବି ଏମ ଏସ) ବ୍ୟାନର ତଳେ ବିଭିନ୍ନ ସ୍ଲୋଗାନ ଦେଇ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରି ଇଡି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ଠିକା ମଜଦୂର ସଂଘ ପକ୍ଷରୁ ମାନ୍ୟବର ଇଡିଙ୍କୁ ପୂର୍ବରୁ ଏକ ଚିଠି ମଧ୍ୟ ଦିଆଯାଇଥିଲା। ସେଥିରେ ଉଲ୍ଲେଖ ଥିବା ବିଷୟ ହେଉଅଛି,ଶ୍ରମିକମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ପ୍ରତି ପରିଚାଳନା କମିଟିର ଅବହେଳାକୁ ଉଜାଗର କରିବା ଏବଂ ପ୍ରତିବାଦ କରିବା ପାଇଁ ଏହି ପ୍ରଦର୍ଶନ ଆୟୋଜନ କରାଯାଉଛି। ତେବେ ନିମ୍ନଲିଖିତ ବିଷୟଗୁଡ଼ିକ ହେଉଛି । ଦୀର୍ଘ ଦିନ ଧରି ପଡ଼ି ରହିଥିବା ଅଭିଯୋଗର ସମାଧାନ ନ ହେବା,ବୈଧାନିକ ଦେୟ ଏବଂ ସୁବିଧାରେ ବିଳମ୍ବ,ଠିକା କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୁବିଧାରେ ପାତରଅନ୍ତର। ପ୍ରକାଶ ଥାଉକି ଗତ ବର୍ଷ ୧୨/୦୯/୨୦୨୪ ରିଖରେ ନାଲକୋ ମ୍ୟାନେଜମେଣ୍ଟ ଓ ନାଲକୋ ଠିକା ଶ୍ରମିକ ୟୁନିଅନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କାଁହଁକି କାର୍ଯ୍ୟକାରୀ କରାଯାଉନାହିଁ କେଉଁ ମାନଙ୍କ ପାଇଁ ଏହି ପ୍ରତିବାଦ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବୋଲି ଠିକା ମଜଦୂର ସଂଘ ପକ୍ଷରୁ କୁହାଯାଇଛି। ପୂର୍ବ ପ୍ରତିଶୃତି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ନାଲକୋ ଠିକା ମଜଦୂର୍ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓ ଏହା ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ବସିବା ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ପତ୍ର ଦିଆଯିବା ନେଇ ସଂଘର ସଭାପତି ଜଣାଇଛନ୍ତି ।
