April 23, 2026

ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅନୁଗୋଳ ଗସ୍ତ ଓ ଛେଣ୍ଡିପଦା ଅଞ୍ଚଳରେ କୋଇଲା ପରିବହନ ଭିତ୍ତିଭୂମିର ସମୀକ୍ଷା

IMG-20260423-WA0055
Share

 

ଅନୁଗୋଳ, ୨୩.୦୪ : କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଛେଣ୍ଡିପଦା ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଛେଣ୍ଡିପଦା-ଅନୁଗୋଳ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ତୁରନ୍ତ ମରାମତି ସହ ଏହାର ଉନ୍ନତିକରଣ ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି। ପରିବହନକୁ ସୁଗମ କରିବା ପାଇଁ ଏହି ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜନବହୁଳ ଅଞ୍ଚଳରେ ଟ୍ରକ୍ ଚଳାଚଳ ଯୋଗୁଁ ସାଧାରଣ ଲୋକେ ସାମନା କରୁଥିବା ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ବନ୍ଦର ଅଭିମୁଖେ କୋଇଲା ପରିବହନ ପାଇଁ ରାସ୍ତାଘାଟରେ ଥିବା ମିସିଂ ଲିଙ୍କଗୁଡ଼ିକର ସର୍ଭେ କରାଯାଇ ଏହାର ସଂଯୋଗୀକରଣ କାର୍ଯ୍ୟ ହାତକୁ ନେବାକୁ ସେ କହିଛନ୍ତି। କୋଇଲା ପରିବହନ ବେଳେ ଅନ୍ୟାନ୍ୟ ଯାତ୍ରୀ ଏବଂ ସାଧାରଣ ବାହନଗୁଡ଼ିକର ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ସମେତ ବିଭାଗୀୟ ବରିଷ୍ଠ ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀପ୍ରମୁଖ ଉପସ୍ଥିତ ଥିଲେ

You may have missed