ମୋହନା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ମୋହନା— ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ପ୍ରେସ କ୍ଳବ କାର୍ଯ୍ୟାଳୟରେ ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ପାଦକ ବାବୁଲା ସେଠୀ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗଦେଇ ଜାତୀୟ ପ୍ରେସ ଦିବସ ଗଠନର ଆଭିମୁଖ୍ୟ , ସତ୍ୟନିଷ୍ଠ ଖବର ପରିବେଷଣ , ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ଅଧିକାର ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସୁମନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା ପଞ୍ଚାନନ ଦାଶ, ସହ ସମ୍ପାଦକ ମଜେସ ରଇତ, ବରିଷ୍ଠ ସଦସ୍ୟ ଅଂଶୁମାନ ପଣ୍ଡା, ପ୍ରମୋଦ ଦୋରା ଓ ଯୁବକ ସଂଘ ସଦସ୍ୟ ରବୀନ୍ଦ୍ର ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l
