ପ୍ଲମ୍ବର ଉନିଆନ୍ ର ପଞ୍ଚଦଶ ବାର୍ଷିକ ଅଧିବେଶନ
ଓଡିଶା ନିର୍ମାଣ ଶ୍ରମିକ ସଂଘ (ସି ଆଇ ଟି ୟୁ) ଅନୁ ବନ୍ଧିତ୍ ପ୍ଲାମ୍ବର୍ ୟୁନିଅନ ର ପଞ୍ଚଦଶ ବାର୍ଷିକ ଅଧିବେଶନ ଆଜି ନବ କଳେବର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ ସୁରେନ୍ଦ୍ର ନାଥ ଦାଶ ଜଗନ୍ନାଥଙ୍କ ନିକଟରେ ପ୍ରଦିପ ପ୍ରଜ୍ବଳନ କରିଥଲେ। ସି ଆଇ ଟି ୟୁ ର ଜିଲ୍ଲା ସଂପାଦକ ତଥା ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସଭାପତି ଶରତ କୁମାର୍ ରାୟଗୁରୁ ଯୋଗ ଦେଇ କହିଲେ ଯେ ୧୯୯୬ମସିହା ରୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଆଇନ ପ୍ରଣୟନ ହୋଇ ଓଡ଼ିଶା ରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ହୋଇ ଆସୁଛି। ଶ୍ରମିକ ମାନଙ୍କ ପାଇଁ ଦଶ ଲକ୍ଷ ଟଂକା ରୁ ଊର୍ଦ୍ଧ ନିର୍ମାଣ କ୍ଷେତ୍ର ରୁ ୧ଶତକଡ଼ା ସେସ ଆଦାୟ କରି ସେମାନଂକୁ ଯନ୍ତ୍ରପାତି, ସାଇକେଲ, ଗୃହ, ଛାତ୍ର ବୃତ୍ତି, ଝିଅ ବିବାହ, ପେନସନ ବ୍ୟବସ୍ଥା କରାଯିବ। କିନ୍ତୁ ୧୭ମାସ ର ବିଜେପି ସରକାର୍ ବୋର୍ଡ କୁ ପୁନଃ କ୍ଷମ କରି ପାରିଲେ ନାହିଁ। ଅଣ ଶ୍ରମିକ ମାନେ କାର୍ଡ ପାଉଥିଲା ବେଳେ ପ୍ରକୃତ ନିର୍ମାଣ ଶ୍ରମିକ କାର୍ଡ ପାଉନି।ସହାୟତା ରାଶି ଦେବା ନେଇ ପୁରୀ ଶ୍ରମ ଦପ୍ତର ନାରାଜ। ଅନ ଲାଇନ୍ ବ୍ୟବସ୍ଥା କରି ୟୁନି ଅନ ମାନଂକ ର ଅଧିକାର କାଢି ନେଉଛି। ବିଜେପି ଚାରି ଶ୍ରମ କୋଡ଼ କରି ନିର୍ମାଣ ଶ୍ରମିକ ଆଇନ କୁ ସେଥିରେ ମିଶେଇ ଦେବେ। ଫଳରେ ନିର୍ମାଣ ଶ୍ରମିକ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ରୁ ସେମାନେ ବଞ୍ଚିତ ହେବେ ଏହା ବିରୋଧରେ ସମସ୍ତ ନିର୍ମାଣ ଶ୍ରମିକ ଏକାଠି ହେବେ ଓ ତାର ନେତୃତ୍ବ ପ୍ଳମ୍ବର୍ ୟୁନୀଅନ ନେବ ବୋଲି କହିଥିଲେ। ଆସନ୍ତା ମାସ ରେ ଏ ସମସ୍ତ ଦାବୀ ନେଇ ଶ୍ରମ ଦପ୍ତର୍ ଘେରାଉ ହେବ ବୋଲି ନିଷ୍ପତି ନେଇଛି ଆଜି ର ଅଧିବେଶନ। ଏଥିରେ ପ୍ଲମ୍ବାର ୟୁନୀ ଅନ ସଭାପତି ସୁଶିଲ ସାହୁ, ସମ୍ପାଦକ ପ୍ରଭାକର ଦାସ , ଉମେଶ ଜେନା, ବିଜୟ ପରିଡା, ଧନେଶ୍ଵର ପ୍ରଧାନ, ନିତେଇ କର, ନିରଞ୍ଜନ ମାଣିକ, ଜୟକୃଷ୍ଣ ପରିଦର୍, ଅଭି ମନ୍ୟୁ ମୁଦୁଲି, ଗୋବର୍ଦ୍ଧନ ସାହୁ କାର୍ଯ କାରି କମିଟି ସଭ୍ୟ ମାନ ଙ୍କ ସହ ଶତାଧିକ ପ୍ଲମ୍ବର ଉପସ୍ଥିତ ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
