April 30, 2026

ବେଲଗୁଣ୍ଠା ପ୍ରେସ୍ କ୍ଳବରେ ଜାତୀୟ ପ୍ରେସ୍ ଦିବସ ପାଳିତ

IMG-20251116-WA0062
Share

 

ବେଲଗୁଣ୍ଠା-୧୬/୧୧- ଜାତୀୟ ପ୍ରେସ୍ ଦିବସ ଅବସରରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘର କୋଷାଧ୍ୟକ୍ଷ ତଥା କାଉନସିଲର ଭାସ୍କର ପାତ୍ର ଓ ଯୁବ ସଙ୍ଗଠକ ଗଙ୍ଗାଧର ଡାକୁଆ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜିକାଲି ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ନିଜର ଏକତାକୁ ଭଙ୍ଗ କରୁଛନ୍ତି ।ଯାହା ଯୋଗୁଁ ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆସିପାରୁନାହିଁ ଏବଂ ଏହାର ଫାଇଦା ଅନ୍ୟମାନେ ନେଉଛନ୍ତି । ଯାହା କି ଗଣମାଧ୍ୟମ ଜଗତ ପାଇଁ ଏକ ଆହ୍ୱାନ । ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ଏକତା ଅଭାବରୁ ଏହାର ପ୍ରତିବାଦ ହୋଇ ପାରୁନାହିଁ । ତେଣୁ ସମସ୍ତ ପ୍ରତିନିଧି ଏକଜୁଟ୍ ହୋଇ ନିର୍ଭିକ, ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।ତାହା ସହିତ ବେଲଗୁଣ୍ଠା ପ୍ରେସ୍ କ୍ଳବ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର, ବୃକ୍ଷ ରୋପଣ ଆଦି ଆୟୋଜନ କରୁଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ କ୍ଳବ୍ ର ବାର୍ଷିକ ଉତ୍ସବ ଓ ସାଙ୍ଗଠନିକ ପ୍ରଣାଳୀ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିବା ବେଳେ ଖବର ସଂଗ୍ରହରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ତୋଫାନ କୁମାର ସାହୁ, ପ୍ରଦୀପ କୁମାର ଚୌଧୁରୀ ଓ ନବକିଶୋର ମହାରଣାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ,ବରିଷ୍ଠ ସଦସ୍ୟ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ, ସରୋଜ ଶତପଥୀ,ପଞ୍ଚାନନ ସାହୁ, ସୁରେଶ ସୁବୁଦ୍ଧି, ପ୍ରଦୀପ କୁମାର ଚୌଧୁରୀ, ସଦାଶିବ ପାଣିଗ୍ରାହୀ,

ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed