ଝଙ୍କଡ଼ ସାରଳାପୀଠରେ ବାବା ଧବଳେଶ୍ୱର ଭଜନମଞ୍ଚ ର ସଙ୍ଗୀତ ଆସର ..
ତିର୍ତ୍ତୋଲ ତା 30/7/2026 ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, ମାଆଙ୍କ ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ ରେ ଗତ ଗୁରୁବାର ସନ୍ଧ୍ୟାରେ ଯାଜପୁର ବରୁଆଁ ର ବାବା ବାବା ଧବଳେଶ୍ୱର ଭଜନମଞ୍ଚ ଆନୁକୂଲ୍ୟରେ ଏକ ମନଛୁଆଁ ଭଜନସମାରୋହ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟପରିଚାଳକ ଶିବରାମ ଜେନା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ର ଆସରରେ ନିମନ୍ତ୍ରିତ ଅତିଥିକଳାକାର ଭାବରେ ପ୍ରାର୍ଥନାଚ୍ୟାନେଲ ର ଖ୍ୟାତନାମା କଣ୍ଠଶିଳ୍ପୀ ଗଗନବିହାରୀ ଜେନା ଯୋଗଦେଇ, ଶୁଆ କହେ ଶାରୀ ଓ ମିଛମାୟାରେ ଏଇ ସଂସାରଖେଳ ଭଜନ ପରିବେଷଣ କରି, ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଚିଣ୍ଟୁନାଥ, ରଶ୍ମିତା ଓ ପ୍ରିୟଙ୍କା ପ୍ରମ୍ମୁଖ ମାଆ ସାରଳାଙ୍କ ମହାମହିମାଲୀଳା ଉପରେ ଆଧାରିତ ଭଜନ ପରିବେଷଣ କରିଥିବାବେଳେ, ବାଦ୍ୟଯନ୍ତ୍ର ପରିଚାଳନା ରେ ଜଗନ୍ନାଥ ଭଞ୍ଜ, ବିଶ୍ୱଜିତ ମହାନ୍ତି, ଆଲୋକ କୁମାର, ଓ ରଜନୀକାନ୍ତ ବାରିକ ଅପୂର୍ବସୁରଝଙ୍କାର ସୃଷ୍ଟିକରିଥିଲେ l ଏହି ଅବସରରେ ସାରଳାମନ୍ଦିରର ବରିଷ୍ଠସେବାୟତ ବିଶ୍ୱରଞ୍ଜନ ରାଉଳ, ରମେଶଚନ୍ଦ୍ର ରାଉଳ, ଅନନ୍ତଚରଣ ରାଉଳ ଓ ମହେନ୍ଦ୍ର କୁମାର ପଣ୍ଡା ପ୍ରମ୍ମୁଖ ସମସ୍ତକଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ଆଜ୍ଞାମାଳ, ପ୍ରସାଦ ଓ ଚନ୍ଦନସିନ୍ଦୁର ଅର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ତେବେ ଏଠାରେ ଏକ ସ୍ଥାୟୀ ନାଟ୍ୟମଣ୍ଡପ ନଥିବାରୁ ରାଜ୍ୟର କୋଣଅନୁକୋଣ ରୁ ଆସୁଥିବା କଳାକାର ମାନେ ନିରୁତ୍ସାହିତ ହୋଇ, ବାଧ୍ୟହୋଇ ଦୋଳମଣ୍ଡପ ରେ ମାନସିକ ନୃତ୍ୟସଙ୍ଗୀତ ଆଦି ପରିବେଷଣ କରି ଫେରିଯାଉଛନ୍ତି l ସୂଚନାଯୋଗ୍ୟ 2015 ମସିହାରେ ଏଠାରେ ଥିବା ନାଟ୍ୟମଣ୍ଡପ କୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ, ପ୍ରଶାସନିକ ଅବ୍ୟବସ୍ଥା ସ୍ଥାଣୁତା ଯୋଗୁଁ ନାଟ୍ୟମଣ୍ଡପ ଟିଏ ନିର୍ମାଣ କରାଯାଇନଥିବାରୁ, ଯାତ୍ରା ପାଲା, ଘୋଡାନାଚ, ଭଜନ, ପ୍ରବଚନ ଆଦି ବହୁ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମ ଠିକଭାବରେ ହୋଇପାରିନଥିବାରୁ, ସ୍ଥାନୀୟଅଞ୍ଚଳ ର ସଂସ୍କୃତିପ୍ରେମୀ ଘୋରଉଦବେଗ ପ୍ରକାଶ କରିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
