July 30, 2026

୪୯ ବର୍ଷରେ ପାଦ ଥାପିଲା ବୁଗୁଡା ପିପୁଲ୍ସ କଲେଜ , ପ୍ରତିଷ୍ଠା ଦିବସରେ କଲେଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ , କୃତି ଛାତ୍ରଛାତ୍ରୀ ପୁରସ୍କୃତ 

IMG-20260730-WA0052
Share

ବୁଗୁଡ଼ା : ତା ୩୦/୦୭/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ୪୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଲେଜର ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ଯକ୍ଷ ଭଗବାନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଦସ୍ୟ ଡାକ୍ତର ଦୟାନିଧି ରାଉତ ଯୋଗ ଦେଇଥିବା ବେଳେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ମଞ୍ଚାସୀନ ରହିଥିଲେ । ଏ ଅବସରରେ ଓଡିଆ ବିଭାଗ ଅଧ୍ଯାପକ ଡ.ସଞ୍ଜୟ କୁମାର ପ୍ରଧାନଙ୍କ ସମ୍ପାଦନାରେ ପ୍ରସ୍ତୁତ ସ୍ମରଣିକା “ଶୁଭଙ୍କର ୨୦୨୫-୨୬” ଉନ୍ମୋଚିତ ହୋଇଥିଲା। ଗତ ୧୯୭୮ ମସିହା ଜୁଲାଇ ୩୦ ତାରିଖ ଦିନ ପ୍ରତିଷ୍ଠିତ ଉକ୍ତ କଲେଜର ପ୍ରତିଷ୍ଠାତା ସଦସ୍ୟ କାଳୀ ଚରଣ ନାୟକ,ବୀର କିଶୋର ଦାଶ, ରେବତୀ ମୋହନ ନାୟକ, ସୁଶାନ୍ତ ରାଉତ, ଗୌତମ ଜେନା , କାଳୀ ଚରଣ ସ୍ବାଇଁ , ନବଘନ ନାୟକ , ଆଦିକନ୍ଧ ଆରୁଖ ଓ ରାମ ନାରାୟଣ ସାହୁ ପ୍ରମୁଖଙ୍କ ଅବଦାନ ସମ୍ପର୍କେ ଆଲୋଚନା କରାଯାଇଥିଲା । ଦୀର୍ଘ ୪୮ବର୍ଷ ମଧ୍ୟରେ କଲେଜର ସାମଗ୍ରିକ ବିକାଶ ସମ୍ପର୍କେ ଆଲୋଚନା ସାଙ୍ଗକୁ ଆଦର୍ଶମୟ ଶୈକ୍ଷିକ ବାତାବରଣ ଏବଂ ପୁନଃ ନାକ୍ ମାନ୍ଯତା ହାସଲ ଦିଗରେ ସଙ୍କଳ୍ପବଦ୍ଧତା ପୂର୍ବକ ସାମୂହିକ ଅଦମ୍ୟ ଉଦ୍ଯମ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଏଥି ସହ ବୁଗୁଡା ଅଞ୍ଚଳର ଏହି ପ୍ରଥମ କଲେଜର ଅବିସ୍ମରଣୀୟ ଅତୀତ ଏବଂ ପରିକଳ୍ପିତ ଭବିଷ୍ୟତ ସମ୍ପର୍କେ ଆଲୋକପାତ କରାଯାଇଥିଲା। ଏ ଅବସରରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୮ତମ ପାହ୍ଯା ପ୍ରାପ୍ତକରି କୃତକାର୍ଯ୍ୟ ହୋଇଥିବା କଲେଜର ପ୍ରାକ୍ତନ ଛାତ୍ରୀ କସ୍ତୁରୀ ଆଚାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ସାଙ୍ଗକୁ କଲେଜର ବିଭିନ୍ନ ବିଭାଗରେ ସର୍ବାଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହିତ କ୍ରୀଡା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଇକ୍ୟୁଏସି କୋଅର୍ଡିନେଟର ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ଯାପକ ଡ.ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ , ଆଇକ୍ୟୁଏସି କୋ-କୋଅର୍ଡିନେଟର ଆତ୍ମ ପ୍ରକାଶ ନାୟକ ମହାବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ ଏବଂ ପରିଶେଷରେ ଅଧ୍ୟାପକ ଶଙ୍କର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed