April 27, 2026

ଗଜପତି ଜିଲ୍ଲାର କାଶୀନଗର ଠାରେ ୧୬ କୋଟି ଟଙ୍କାରେ ନିର୍ମିତ ମଡେଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

IMG-20251116-WA0067
Share

 

 

ପାରଳାଖେମୁଣ୍ଡି:୧୬/୧୧(ଗରୁଡ ଧ୍ୱଜ ଚୌଧୁରୀ) ଜିଲ୍ଲାର କାଶୀନଗର ବ୍ଲକରେ ୧୬ କୋଟି ଟଙ୍କାରେ ନିର୍ମିତ ମଡେଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ କାଶୀନଗର ବିଜେପି କମିଟି ତରଫରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ସାରି ଆଜି କାଶୀନଗର ଦେଇ ମନ୍ତ୍ରୀ ଭୁବନେଶ୍ୱର ଫେରିଥିବା ବେଳେ ଗଜପତିର କାଶୀନଗର ଠାରେ ଦାବିପତ୍ର ଦିଆ ଯାଇଛି.ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗତକାଲି ରାୟଗଡା ଜିଲ୍ଲାର ଗୁଣୁପୁର ଠାରେ ଏକ କାର୍ଯ୍ୟକ୍ରମ ସାରି ଆଜି କାଶୀନଗର ଦେଇ ଗଜପତି ଜିଲ୍ଲାରେ ପ୍ରବେଶ କରିବା ସମୟରେ କାଶୀନଗର ବିଜେପି କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା. କାଶୀନଗର ଷ୍ଟେଟ ବେଙ୍କ ଛକ ଠାରେ କାଶୀନଗର ଟାଉନ ବିଜେପି ସଭାପତି ଭି. ଚେଲାପତିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର, ଯୁବ ମୋର୍ଚ୍ଚା ସଭାପତି କେ ବିଜୟ ମଣ୍ଡଳ ସଭାପତି ଅମିତାଭ ଗନ୍ତାୟତ, କ୍ରିଷ୍ଣା ମୋହନ ଦାମୋଦର ବହୂ ବିଜେପି କର୍ମୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିଥିଲେ | ଏହା ସହ କାଶୀନଗର ବ୍ଲକର ୧୬ କୋଟି ଟଙ୍କାରେ ନିର୍ମିତ ମୋଡେଲ କଲେଜର କୋଠା ନିର୍ମାଣ ଦୀର୍ଘ ଦିନ ଧରି ଶେଷ ହୋଇଯାଇଛି. ହେଲେ ଏହି ମଡେଲ କଲେଜକୁ କାର୍ଯ୍ୟକ୍ଷମ କରାଯାଉନାହିଁ. ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା. ମନ୍ତ୍ରୀ ଏହି ପତ୍ର ଗ୍ରହଣ କରି ନିଶ୍ଚିତ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ.