ନିରପେକ୍ଷ, ସତ୍ୟବାଦୀ,ସ୍ପଷ୍ଟବାଦୀ ସାମ୍ବାଦିକ ସମାଜରେ ପ୍ରକୃତ ସମ୍ମାନର ଅଧିକାରୀ ..

ବୋଲଗଡ଼,୧୬/୧୧(ଉପାନ୍ତ ଖବର): ନିରପେକ୍ଷ ସ୍ପଷ୍ଟବାଦୀ ସାମ୍ବାଦିକ ମାନଙ୍କ ଦ୍ଵାରା ସମାଜର ବହୁବିଧ ଉପକାର ସାଧିତ ହୋଇଥାଏ ଯାହାକି ସାମ୍ବାଦିକ ମାନେ ଖବର ପ୍ରସାରଣ କରିବା ପରେ। ଭଙ୍ଗା କୁଡ଼ିଆ ରେ ନଖାଇ ନପିଇ ଦିନ କାଟୁଥିବା ବ୍ୟକ୍ତି ଘର ଖଣ୍ଡିଏ ଓ ଭତ୍ତା ପାଇ ଖୁସିରେ ଜୀବନ ବିତାଏ। ବାତ୍ୟା ବନ୍ୟା ଓ ମରୁଡ଼ି ପ୍ରପୀଡ଼ିତ ବ୍ୟକ୍ତି ସରକାରୀ ରିଲିଫ ପାଇଥାନ୍ତି। ନଳକୂପ, ପୋଖରୀ, ରାସ୍ତା, ବିଜୁଳି ଇତ୍ଯାଦି କ୍ଷେତ୍ରରେ ସମସ୍ୟା ଥିଲେ ସାମ୍ବାଦିକ ମାନେ ସରକାରଙ୍କ ଦୃଷ୍ଟିକୁ ଆଣନ୍ତି ଓ ତାହା ମଧ୍ୟ ସମାଧାନ ହୋଇଥାଏ। ସାଂଘାତିକ ରୋଗରେ ପୀଡ଼ିତ ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରୁଥିଲେ ସେମାନଙ୍କ ଖବର ପ୍ରସାରଣ କରିବା ପରେ ସହୃଦୟ ବ୍ୟକ୍ତିମାନେ ଅର୍ଥ ସହାୟତା ରେ ଚିକିତ୍ସା ହୋଇଥାଏ। ବିଶ୍ଵ ବ୍ୟାପି କୋରନାର ପାଦୃଭାବ ସମୟରେ କୋରନା ରେ ମୃତ୍ୟୁ଼ ବ୍ୟକ୍ତିଙ୍କୁ ଛୁଇଁ ବାକୁ ସମ୍ପର୍କୀୟ ମାନେ ପାଖ ମାଡୁ ନଥିବା ବେଳେ ସାମ୍ବାଦିକ ମାନେ କାନ୍ଧରେ ବୋହି ଶବ ସଂସ୍କାର କରିବାର ନଜିର ରହିଛି। ନିଖୋଜ ବ୍ୟକ୍ତି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂପର୍କରେ ଖବର ପ୍ରସାରଣ ପରେ ମାଲିକ ତାହା ଫେରିପାଇବା ରେ ସମର୍ଥ ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ଖବର ପଢି କିମ୍ବା ଦେଖି ବିଦ୍ୟାର୍ଥୀ ମାନେ ସାଧାରଣ ଜ୍ଞାନ, ଗୀତ, ଚିତ୍ର, ମହାପୁରୁଷଙ୍କ ଜୀବନୀ ଏବଂ ନିଜ ଅଞ୍ଚଳର ଭଲ ମନ୍ଦ କଥା ଯାଣି ପାରନ୍ତି। କୃଷକମାନଙ୍କର କୃଷି ପ୍ରଣାଳୀରେ ଉନ୍ନତ ବିହନ,ଚାଷ ଉପକରଣ ,ଶସ୍ୟ କ୍ଷେତ୍ରରେ ଦରଦାମ ସଂମ୍ପର୍କରେ ଅବଗତ ହୋଇଥାନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲୋକମାନଙ୍କୁ ମନୋରଞ୍ଜନ ନିମନ୍ତେ ଗଣପ୍ରତିନିଧି ଖୋରାକ ଯୋଗାଇ ଥାନ୍ତି। ଉତ୍ତମ ଖବର ଦାତା ଘଟଣା ସ୍ଥଳକୁ ଯାଇ ସତ୍ୟଘଟଣାକୁ ପ୍ରକାଶ କରିଥାନ୍ତି। ସମାଜରେ ବଢିଚାଲୁଥିବା ଅରାଜକତା ,କଳକାରନାମା,ଦୃର୍ନିତୀ ଲୋକ ଲୋଚନକୁ ଆଣିବା ଦ୍ୱାରା ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀଙ୍କର ମୁଖା ଖୋଲିଯାଏ। ଯାହାକି ଦୁର୍ନୀତି ହ୍ରାସ ପାଇବାରେ ସାହାଯ୍ୟ କରେ।ଗଣମାଧ୍ୟମର ଗୁରୁଦାୟିତ୍ଵ ଲୋକ ମାନଙ୍କ ପାଖରେ ସଠିକ ତଥ୍ୟ ଉପନୀତ କରିବା ବସ୍,ଟ୍ରେନ ଓ ବିମାନ ଆଦିର ଦୃଘଟଣା , ମହିଳା ତଥା କନ୍ୟା ମାନଙ୍କ ପ୍ରତି ହେଉଥିବା ବଳତ୍କାର ,ଚୋରି, ଡକାୟତି, ହତ୍ୟାସମ୍ପର୍କିତ ସତ୍ୟ ସମ୍ବାଦ ସ୍ପଷ୍ଟ ବାଦୀ ସାମ୍ବାଦିକ ମାନଙ୍କ ଦ୍ୱାରା ଲୋକ ଲୋଚନକୁ ଆସେ। ସରକାର ଅବଗତ ହେବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି। ସତ୍ୟ ଓ ନିରପେକ୍ଷତା ସାମ୍ବାଦିକତା ର ଧର୍ମ। ଗଣମାଧ୍ୟମର କର୍ତବ୍ୟ ହେଉଛି ସମସ୍ତଙ୍କୁ ସତ୍ୟ ଖବର ଦେବା ଓ ସମସ୍ତଙ୍କ ଠାରୁ ଖବର ନେବା। ଉତ୍ସର୍ଗୀକୃତ ସାମ୍ବାଦିକ ହସ୍ତରୁ ଲେଖନୀ ଛଡାଇ ନେବାପାଇଁ ଚକ୍ରାନ୍ତ କରିବା ସୁମାନବ ସମାଜରେ ନିନ୍ଦିତ ହୋଇଥାଏ। ଜଣେ ନିରପେକ୍ଷ, ସତ୍ୟବାଦୀ,ସ୍ପଷ୍ଟବାଦୀ ସାମ୍ବାଦିକ ସମାଜରେ ପ୍ରକୃତ ସମ୍ମାନର ଅଧିକାରୀ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
