ଗୁରୁଜଙ୍ଗ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟରେ କନ୍ୟା ଶିବିର ଅନୁଷ୍ଠିତ ହୋଇଛି

ଖୋର୍ଦ୍ଧା-ତାରିଖ ୧୪/୧୧/୨୦୨୫ ଖୋର୍ଦ୍ଧା ପୌର ପରିଷଦ ଅଧିନ ଗୁରୁଜଙ୍ଗ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଭଉଣୀମାନଙ୍କ ର ଏକ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୦ ଜଣ ଭଉଣୀ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦୁଷ୍ମନ୍ତ କୁମାର ସୁବୁଦ୍ଧି ଙ୍କ ଆୟୋଜନ ରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ଉମାକଲ୍ଯାଣି ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ବିଜେବି ହାଇ ସ୍କୁଲ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି ନାରୀ ଶିକ୍ଷା ଓ ଉତ୍ତମ ଚରିତ୍ର ଗଠନ ନିମନ୍ତେ କଥା ରଖିଥିଲେ। କିଶୋରୀ ଅବସ୍ଥାରେ ସ୍ଵତନ୍ତ୍ର ଯତ୍ନ ଓ ନାରୀ ଜନ୍ମ ର ସାର୍ଥକତା , ଶ୍ରେଷ୍ଠତ୍ବ ଓ ମାତୃତ୍ବ ର ଶିକ୍ଷା ଉପରେ କାଳାଶଂ ନେବା ନିମନ୍ତେ ଡାକ୍ତର ସୁରେନ୍ଦ୍ର ମିଶ୍ର (Pediatric Specialist, DEIC, DHH Khordha ) ଉପସ୍ଥିତ ଥିଲେ।ବନ୍ଦନା ପ୍ରାର୍ଥନା ଅଭ୍ୟାସ କାଳାଶଂ କରାଯିବା ସହିତ ଶାରୀରିକ ଓ ଯୋଗ କାଳାଶଂ କରାଯାଇଥିଲା। ଏହା ସହିତ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଦେବା ନିମନ୍ତେ ବ୍ରହ୍ମା କୁମାରୀ ପ୍ରତିଷ୍ଠାନ, ଖୋର୍ଦ୍ଧା ର ଆବାହକ ଜୟକୃଷ୍ଣ ଶତପଥୀ କାଳାଶଂ ନେଇ ଆଧ୍ୟାତ୍ମିକ ଭାବ ସୃଷ୍ଟି କରାଇଥିଲେ। ବିଦ୍ୟାଳୟ ସମସ୍ତ ଗୁରୁଜୀ,ଗୁରମା ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ କନ୍ୟା ଶିବିର ଟି ସାଫଲ୍ୟ ମଣ୍ଡିତ କରିଥିଲେ।
