କ୍ଷେତ୍ରପାଳଙ୍କ ପୀଠରେ ୨୬ତମ କାର୍ତ୍ତିକେଶ୍ବର ପୂଜା ଅନୁଷ୍ଠିତ
ରାହାମା-୮/୧୧-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଗରେଇ ପଞ୍ଚାୟତର ମୀନା ବଜାର ନିକଟସ୍ଥ ବାବା କ୍ଷେତ୍ରପାଳଙ୍କ ପୀଠରେ କାର୍ତ୍ତିକେଶ୍ବର ପୂଜା ଅନୁଷ୍ଠିତ ହୋଇଛି। ଚଳିତ ମାସ ୫ତାରିଖରୁ ଆରମ୍ଭ ହୋଇଥିବା ପୂଜା ୯ ତାରିଖରେ ଉଦଯାପିତ ହେବ। ତେବେ ଶୁକ୍ରବାର ଦିନ ପୂର୍ଣ୍ଣି।ହୁତି ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ନିଶ୍ଚିନ୍ତକୋଇଲି, ଚନ୍ଦ୍ରଧ୍ବଜପୁର ଓ ମୁଥାପଦା ଗ୍ରାମର ଶ୍ରଦ୍ଧାଳୁ ମହିଳା ଓ ପୁରୁଷମାନଙ୍କର ଗହଳି ଚହଳି ପୂଜାମଣ୍ଡପରେ ଲାଗିରହିଥିଲା। ପାରମ୍ପରିକ ରୀତିରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ତିନୋଟି ଗ୍ରାମର ଯୁବକମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ।ବାବା କାର୍ତ୍ତିକେଶ୍ବର ପୂଜା କମିଟିର ସଭାପତି ସଞ୍ଜୟ ମଲ୍ଲିକ, ଉପସଭାପତି ଅରୁଣ ପଟ୍ଟନାୟକ, ଦିଲୀପ କୁମାର ମଲ୍ଲିକ, ସୁଶାନ୍ତ ମଲ୍ଲିକ, ପ୍ରକାଶ ମଲ୍ଲିକ, ସଚିତ୍ର ନାୟକ, ଜୟନ୍ତ ରାଉତ, ଆଲୋକ ଦାସ, ବିନୋଦ ରାଉତ, ଅମରେନ୍ଦ୍ର ଦାସ ଓ ଅରୁଣ କାନୁନଗୋଙ୍କ ସମେତ ଅନ୍ୟ ସଦସ୍ୟ ପୂଜା ମଣ୍ଡପରେ ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ବର୍ଷା ଡ୍ୟାନ୍ସ ଗୃପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତା ସମବେତ ହୋଇ ଏହି ଡ୍ୟାନ୍ସ ଗୃପର କଳାକାରଙ୍କ ମନଛୁଆଁ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ୨୬ ବର୍ଷ ଧରି ବାବା କ୍ଷେତ୍ରପାଳଙ୍କ ପୀଠରେ କାର୍ତ୍ତିକେଶ୍ବର ପୂଜା ଅନୁଷ୍ଠିତ ହୋଇଆସୁଛି। ଏଥିପାଇଁ ପ୍ରଶାସନ କିମ୍ବା କୈ।ଣସି ରାଜନେତାଙ୍କର ଆଦୈ। ସହଯୋଗ ନଥିବା କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି।
