ଉମରକୋଟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ଅନୁଷ୍ଠିତ……

IMG-20251103-WA0009
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଓ ମୋ ସ୍ଵପ୍ନ ର ଓଡ଼ିଶା ୨୦୩୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ସ୍ଥାନୀୟ ସରକାରୀ ନୋଡାଲ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ସଭାପତି ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇଶ୍ଵର ମାଝୀ ପରିଚାଳନା କରିଥିଲେ।ସକାଳ ୯ ଘଣ୍ଟା ସମୟରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉମରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶିଳା ଯୋଦ୍ଦାର, ପୁରୁଷୋତ୍ତମ ମାଝୀ,ବିଆରସିସି ଦେବେନ୍ଦ୍ର କୁମାର ବାଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୦ ଟି କ୍ଲଷ୍ଟର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ବକୃତା ପ୍ରତିଯୋଗୀତା, ସଂଗୀତ ପ୍ରତିଯୋଗିତା, କୁଇଜ୍, ଚିତ୍ରାଙ୍କନ ପ୍ରତିଯେଗୀତା ହୋଇଥିଲା। ଅପରାହ୍ନ ୩ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା , ପୈାର ପରିଷଦ ଅଧକ୍ଷା, ନୋଡାଲ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଯୋଗ ଦେଇଥିଲେ। କାର୍ଯକ୍ରମ ପରିଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

You may have missed