ଉମରକୋଟ ନିକଟସ୍ଥ ଏକମ୍ବା ଠାରେ ମହିମା ଅଲେଖ ଗୋଧାମ ଠାରେ ଗୋ ପୂଜନ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗୋସମ୍ପଦ ବିକାଶ ପ୍ରତିଷ୍ଠାନ ତରଫରୁ ମହିମା ଅଲେଖ ଗୋ ଧାମ,ଏକମ୍ବା ଠାରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିବର୍ଷ ଅଁଳା ନବମୀ ପୂର୍ବଦିନ ଗୋଷ୍ଟା ଅଷ୍ଟାମୀ ଭାବେ ପାଳନ କରାଯାଏ ଏବଂ ଗୋମାତାଙ୍କୁ ପୂଜା କରିବାର ପରମ୍ପରା ରହିଛି ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଗୋମାତା ଙ୍କୁ ମହା ଆଡମ୍ବର ସହକାରେ ପୂଜା କରାଯାଇଛି।ପ୍ରଥମେ ଗୋମାତାଙ୍କୁ ହଳଦୀ ପାଣିରେ ଗାଧୋଇବା ସହ ଚୁଡା,ଗୁଡ,ପାଚିଲା ଫଳ ଇତ୍ୟାଦି ଖାଇବାକୁ ଦିଆଯାଇଥିଲା ଏବଂ ପୂଜକ ପେଣ୍ଡରା ମିଶ୍ର ମନ୍ତ୍ର ଉଚ୍ଚାରଣ କରିଥିଲେ ଏବଂ ଗୋମାତା ଙ୍କୁ ଆଳତି କରାଯାଇଥିଲା। ପ୍ରଥମେ ଏକ ବୈଠକ ର ଆୟୋଜନ କରାଯାଇଥିଲା ଏବଂ ଏହି ପୂଜାର ଉଧେଶ୍ୟ ବିଷୟରେ ଆଲୋଚନା କରିବା ସହ ଧରା ପୃଷ୍ଠପାଇଁ ଗୋମାତା ଙ୍କ ଅବଦାନ ତଥା ଗୋ ମାତା ଯୋଗୁଁ ପରିବେଶ ତଥା ପରିବେଶ ସନ୍ତୁଳନ ରଖିବାରେ ଗୋମାତାଙ୍କ ଅବଦାନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରଚାର ପ୍ରସାର ସହ ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ସଦସ୍ୟ ଶପଥ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଭାପତି ମନୋଜ କୁମାର ଶର୍ମା, ସମ୍ପାଦକ ଭାସ୍କର ପାତ୍ର, ସେବା ପ୍ରମୁଖ ରମେଶ ଦୋରା ,ବ୍ୟବସ୍ଥା ପ୍ରମୁଖ ସଞ୍ଜୟ ପାତ୍ର, ନୂତନ ଭାରତ ସଂଗଠନର ସୌମେନ୍ଦ୍ର କୁମାର ଦାସ,ଗୁରୁ ଚରଣ ସ୍ୱାଇଁ,ଅଶୋକ ପାତ୍ର ଏବଂ ଏକମ୍ବା ଗ୍ରାମର ସାଲିକ ରାମଗଣ୍ଡ,ସୌମ୍ୟ ଭାଇ, ମିଟୁ ପାତ୍ର, ରମେଶ ଦୋରା, ସନ୍ତୋଷ ଜେନା, ମୁକେଶ ଆଗ୍ରୱାଲ ଓ ଅନେକ ଗୋଭକ୍ତ ଏଥିରେ ଅଂଶ ଗ୍ରହଣ କରିଥିଲେ ।ଉପ ସଭାପତି ସୁନିଲ କୁମାର ବେହେରା ଓ ମନୋହର ମଣ୍ଡଳ ଓ ଅନ୍ୟମାନେ ଏହାର ସୁପରିଚାଳନା ଓ ସହଯୋଗ କରିଥିଲେ।
