ଦିବ୍ୟଦର୍ଶନ ଆଧ୍ୟାତ୍ମିକ ସଂସ୍ଥାନ, ପୁରୀର ୭ମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବିତା ପାଠୋତ୍ସବ
ପୁରୀ ନିକଟବର୍ତ୍ତୀ କପିଳେଶ୍ୱରପୁର ଗ୍ରାମର ପୂର୍ବ ଗାଁ ମଠକାଙ୍କୁଡା ଠାରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ଚିତ୍ତରଞ୍ଜନ ପୃଷ୍ଟି, ଅମରେଶ୍ୱର, ପୁରୀ, ଶ୍ରୀ ମନୋଜ ମିଶ୍ର, ନୟାହାଟ, ପୁରୀ, ଶ୍ରୀ ପ୍ରଭାକର ମିଶ୍ର, ଶ୍ରୀମତୀ ଜୟନ୍ତୀ ନନ୍ଦ, ବୀରଗୋବିନ୍ଦପୁର, ପୁରୀ, ମଞ୍ଜୁଳା ପ୍ରଧାନ, କଟକ, ଲକ୍ଷ୍ମୀ ଖମାରୀ, ବରଗଡ଼, ଶ୍ରୀ ସୁବାସ ପ୍ରଧାନ, ସାରଙ୍ଗଯୋଡି, ପୁରୀ, ମମତା ଶତପଥୀ,କଟକ, ପୁଷ୍ପାଞ୍ଜଳି ନନ୍ଦ, କଟକ ଏବଂ ଶ୍ରୀମତୀ ସୁଷମା ଲେଙ୍କା, ଵେଣ୍ଟପୁର, ଖୋର୍ଦ୍ଧା ଙ୍କୁ ‘ଦିବ୍ୟଦର୍ଶନ’ ସମ୍ମାନରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ପରେପରେ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ, ମିନତି ମିଶ୍ର
ଙ୍କ ସଂଯୋଜନା ରେ ଓଡିଶାର କୋଣ ଅନୁକୋଣ ରୁ ଆସିଥିବା କବି ସ୍ବରଚିତ ଆଧ୍ୟାତ୍ମିକ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ଦାଶ , ଉମାକାନ୍ତ ମହାପାତ୍ର, କମଳ ଦାଶ, ପର୍ଶୁରାମ ପାତ୍ର, ଆଶିଷ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ସ୍ୱାଇଁ, ମହେଶ୍ୱର ଜେନା, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ଯୋଗେନ୍ଦ୍ର ସାହୁ, ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ଗୋପାଳ ମହାପାତ୍ର, ମନୋରମା ପାତ୍ର, ଅଧ୍ୟାପିକା ରାଜଶ୍ରୀ ଦଳାଇ, ବିଜୟଲକ୍ଷ୍ମୀ ସାହୁ, ଡକ୍ଟର ରୂପଶ୍ରୀ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।
ଦିବ୍ୟଦର୍ଶନ ଆଧ୍ୟାତ୍ମିକ ପତ୍ରିକାର ସଂପାଦିକା ପ୍ରବାସିନୀ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ବରିଷ୍ଠ ଲେଖକ ପ୍ରଶାନ୍ତ ଦାଶ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ରୀଯୁକ୍ତ ବିଶ୍ୱପ୍ରକାଶ ପଟ୍ଟନାୟକ, ସୁକୁମାର ସାମଲ, ସାଧନା ପତ୍ରୀ, ପୂର୍ଣାମାସି ଦେବୀ ପ୍ରମୁଖ ମଞ୍ଚାସୀନ ଥିଲେ। ଦୀପ୍ତି ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ପ୍ରତିଭା ଦାଶ, ପ୍ରଶାନ୍ତ ତ୍ରିପାଠୀ ଏବଂ ମଠକାଙ୍କୁଡା ଯୁବକ ସଂଘର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଡକ୍ଟର ପ୍ରଭାତ କୁମାର ମହାପାତ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଚନ୍ଦ୍ରଶେଖର ମହାରାଣା, ଡକ୍ଟର ବଳରାମ ଦାଶ, ବିଶ୍ୱପ୍ରକାଶ ପଟ୍ଟନାୟକ, ପ୍ରବାସିନୀ ମିଶ୍ର, ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କୁ ମଠକାଙ୍କୁଡା କୋଠ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପ୍ରିୟପତ୍ର ର ସଂପାଦକ ବିପିନ ବିହାରୀ ଦଳାଇ ସଭାପତିତ୍ୱ କରିଥିବା ବେଳେ ଶେଷରେ ମଠକାଙ୍କୁଡାର ସଭାପତି ବାଳକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
