ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗର ବ୍ଲକ ସ୍ତରୀୟ ମେଳା ..

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ରାଜ୍ୟ ସରକାରଙ୍କ ସ୍ୱାବଲମ୍ବନଶୀଳ ଯୋଜନା ମଧ୍ୟରେ ଏମିତି ସୁଯୋଗ ହିତାଧିକାରୀ ମାନଙ୍କ ବେରୋଜଗାରୀ କୁ ଦୂର କରିବାରେ ସହାୟକ ଭୂମିକା ନେଇଛି ଯେ ତାର ସଫଳତା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ସ୍ତରୀୟ ମେଳା ରେ !ତିର୍ତ୍ତୋଲ ବ୍ଲକ ପରିସରରେ ଏକ ସଫଳ ଚାଷୀଙ୍କ ବ୍ଲକ ସ୍ତରୀୟ ମେଳା ଆୟୋଜନ ହୋଇଥିଲା l ଏହି ସମାବେଶ ରେ ବ୍ଲକ ର ୨୯ ଗୋଟି ପଞ୍ଚାୟତ ର ମାଛ ଓ ପ୍ରାଣୀ ସମ୍ପଦ ବିଭାଗ ର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇଥିଲେ l ଏହି ମେଳା ଉତ୍ସବ ରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ମନ୍ତ୍ରୀଙ୍କ ପ୍ରତିନିଧି ଉପେନ୍ଦ୍ର ମହାନ୍ତି, ଏମପିଙ୍କ ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ହୋତା, ତିର୍ତ୍ତୋଲ ବିଡ଼ିଓ ଗିରିଜା ପ୍ରସାଦ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ସିଡିପିଓ, ଜିଲ୍ଲା ପରିଷଦ ରଞ୍ଜିତା ସିଂହ l ମନୋଜ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସଭାପରିଚାଳନା କରିଥିଲେ ତିର୍ତ୍ତୋଲ ବ୍ଲକ ପ୍ରାଣୀ ସମ୍ପଦ ଅଧିକାରିଣୀ l ରାଜ୍ୟ ସରକାର ଙ୍କ ଯୋଜନା ଅନୁସାରେ କାମଧେନୁ ଯୋଜନା, ଛେଳି ପାଳନ, କୁକୁଡ଼ା ପାଳନ, ବତକ ପାଳନ, ମାଛ ଚାଷ, ଉନ୍ନତ ଘାସ ଚାଷ ଇତ୍ୟାଦି ଅନ୍ତର୍ଭୁକ୍ତ ଥିବା ବେଳେ, ଯୋଗ୍ୟ ଓ ସଫଳ ଚାଷୀ ମାନଙ୍କୁ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ସହିତ ଟ୍ରଫି, ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆ ଯାଇଥିବାର ଦେଖିବାକୁ ମିଳିଥିଲା l ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ହେବ ବୋଲି ଏମପିଙ୍କ ପ୍ରତିନିଧି ଶ୍ରୀଯୁକ୍ତ ହୋତା ଘୋଷଣା କରିଥିଲେ ଏବଂ ଆହୁରି କହିଥିଲେ ଯେ ପଞ୍ଚାୟତ ସ୍ତରୀୟ ବାସ୍ତବ ହିତାଧିକାରୀ ଚୟନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କଲେ ଚୟନ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ରହି ପାରିବ l ଦେଖିବାକୁ ରହିଲା ଆଗକୁ ହେଉଛି କଣ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଣୀ ସମ୍ପଦ ବିଭାଗର ସହ ଅଧିକାର l
