ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର


ବୁଗୁଡ଼ା : ତା ୩୧/୧୦/୨୫ : ସ୍ଥାନୀୟ ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ପକ୍ଷରୁ ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୋରଡା ରେଞ୍ଜ ଭାରପ୍ରାପ୍ତ ଏସିଏଫ୍ ନିହାର ଚନ୍ଦ୍ର ମଲ୍ଲିକ ମଞ୍ଚାସୀନ ରହିଥିବା ବେଳେ ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା, ବୁଗୁଡ଼ା ରେଞ୍ଜର ମାନସ କୁମାର ସାହୁ, ଆସ୍କା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଓ ବଡଗଡ ରେଞ୍ଜର ଅଞ୍ଜନ କୁମାର ନାୟକଙ୍କ ସମେତ ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବନାଞ୍ଚଳରେ କାର୍ଯ୍ୟରତ ବନରକ୍ଷୀ, ବନପାଳ, ଫରେଷ୍ଟ ପ୍ରୋଟେକ୍ସନ ସ୍କାର୍ଡ, ବନଖଣ୍ଡ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ଭାରତୀୟ ବ୍ଯାଘ୍ର ଅଟକଳ-୨୦୨୬ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବନ ବିଭାଗୀୟ ସମ୍ମୁଖ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପାଇଁ ଆୟୋଜିତ ଉକ୍ତ ଶିବିର ଅବସରରେ ବୈଜ୍ଞାନିକ ପଦ୍ଧତିରେ ବ୍ଯାଘ୍ର ଏବଂ ଅନ୍ଯାନ୍ଯ ମାଂସାଶୀ ପ୍ରାଣୀଙ୍କ ସମେତ ତୃଣଭୋଜୀ ପ୍ରାଣୀଙ୍କ ଗଣନା ସମ୍ପର୍କରେ ଏସିଏଫଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଇଥିଲା।
