April 29, 2026

ଭାରତୀୟ ଜୀବନ ବୀମା ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ଲିଆଫି ସଂଘ ର ପଞ୍ଚମ ବାର୍ଷିକ ସମ୍ମିଳନୀ 

IMG-20251028-WA0029
Share

 

 

ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘ , ଭୁବନେଶ୍ୱର ଡ଼ିଭିଜନ ପକ୍ଷରୁ ଏକ ସାମ୍ବିଧାନିକ ସମ୍ମିଳନୀ ତଥା ପଞ୍ଚମ ବାର୍ଷିକ ସାଧାରଣ ବୈଠକ ଓ କାର୍ଯ୍ୟ ନିର୍ବାହୀ କମିଟି ନିର୍ବାଚନ ଭୁବନେଶ୍ୱର ସ୍ଥିତ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ପ୍ରଥମେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା, ପରେ ଭାରତୀୟ ଜୀବନ ବୀମା ନିଗମ ଗୀତ ଗାନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଏସ୍ ଡି ଏମ୍ ଶ୍ୟାମଳ କାନ୍ତି ମହାନ୍ତି, ମୁଖ୍ୟ ବକ୍ତା ଭାବେ ଲିଆଫି 1964 ସେକ୍ରେଟାରୀ ଜେନେରାଲ ଏସ ବି ଶ୍ରୀନିବାସ ଚ।ରୀ,ସମ୍ମାନିତ ଅତିଥି ଭାବେ ଶୁଭେନ୍ଦୁ କୁମାର ପଟ୍ଟନାୟକ,ମାର୍କେଟିଙ୍ଗ ମ୍ୟାନେଜେର ପ୍ରମୋଦ କୁମାର ପ୍ରଧାନ, ସମ୍ପାଦକ ସତ୍ୟଜିତ ମିଶ୍ର, ସମ୍ୱନୟ କମିଟି ଅଧକ୍ଷ ଦୀପକ କୁମାର ପଟ୍ଟନାୟକ,କୋଷାଧକ୍ଷ ପ୍ରହ୍ଲାଦ କୁମାର ସାମଲ,ସମନ୍ୱୟ କମିଟି ଉପଦେଷ୍ଟା କୈଳାଶ ଚନ୍ଦ୍ର ସାହୁ, ଉପସଭାପତି ସୁଜିତ କୁମାର ମହାନ୍ତି, ରୁଦ୍ର ପ୍ରସାଦ ବରାଳ, ରଘୁନାଥ ନାୟକ, ଯୁଗ୍ମ ସମ୍ପାଦକ ଜୟ ଶଙ୍କର ମାଲୁ କାର୍ଯ୍ୟକାରୀ ସଦସ୍ୟ ଅଭୟ କୁମାର ପଣ୍ଡା, ସଂଗଠକ ସମ୍ପାଦକ ଅଜୟ କୁମାର ପଣ୍ଡା, ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସଂଘ ର ସାଂଗଠନିକ ଦିଗ ଉପରେ ଆଲୋଚନା କରିଥିଲେ। ଜୟ ଶଙ୍କର ମାଲୁ ଧନ୍ୟବାଦ ଅର୍ପଣ କରିଥିଲେ,ଏହି ଅବସରରେ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ପୁନର୍ବାର ବିଜୟ କୁମାର ସାହୁ ସଭାପତି, ଜୟଶଙ୍କର ମାଲୁ ସମ୍ପାଦକ,କୋଷାଧକ୍ଷ ରବୀନ୍ଦ୍ର କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀରେ ଭୁବନେଶ୍ୱର ଡ଼ିଭିଜନ ର ନଅଟି ଶାଖାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଅଭିକର୍ତ୍ତା ଉପସ୍ଥିତ ଥିଲେ।

You may have missed