ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ପାଳିତ…

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟାଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ, କନିମୂଳ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ରେ ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଭା ଉଦଘାଟନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଣବ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଉତ୍ସବରେ ଉକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ଶିକ୍ଷକ ବିଶ୍ୱନାଥ ଷଢଙ୍ଗୀ ସଭା ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଆଲୋକ କୁମାର ମହାପାତ୍ର । ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ମଣ୍ଡଳ ଅଧିନସ୍ତ ୧୮ ଟି ସାଧନକେନ୍ଦ୍ରର ପ୍ରାୟ ୩୪୦ ଜଣ କ୍ଲଷ୍ଟର ସ୍ତରୀୟ କୃତୀ ପ୍ରତିଭାଧାରୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।ସେମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, ଚିତ୍ରାଙ୍କନ ଭିନ୍ନକ୍ଷମ,କୁଇଜ, ସୃଜନଶୀଳ ଲିଖନ,ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତ ଲିଖନ,ପିଏମ ଚିତ୍ରକଳା/ଶିଳ୍ପକଳା ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଯଥା ଜ୍ୟୋତିରଞ୍ଜନ ମହାନ୍ତି, ରାଜେଶ କୁମାର ଖଟୁଆ, ଶ୍ୱେତପଦ୍ମା ଖୁଣ୍ଟିଆ,ସ୍ମୃତିରଞ୍ଜନ ନାୟକ, ପ୍ରଦୀପ କୁମାର ରଥ,ସୁଶାନ୍ତ କୁମାର ବେହେରା, ସଞ୍ଜୟ କୁମାର ବାରିକ, ମୋହନ ଟୁଡୁ,ଚିତ୍ତରଞ୍ଜନ ଦାସ, ଶଶାଙ୍କ ଶେଖର ସ୍ୱାଇଁ,ରଶ୍ମିରଂଜନ ନାୟକ, ଆନିସ ଖାନ,ପ୍ରଶାନ୍ତ କୁମାର ମହାନ୍ତି, ଦେବାଶିଷ ସ୍ୱାଇଁ, ସୁଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉଦଯାପନୀ ସଭାରେ ବରିଷ୍ଠ ଶିକ୍ଷକ ବାବୁଲି ସ୍ୱାଇଁ ଏବଂ ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦାସ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ପ୍ରତ୍ୟେକ ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଣବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ମେଣ୍ଟର ଶିକ୍ଷକ ମାନଙ୍କ ପାଇଁ ଉତ୍ତମ ଖାଦ୍ୟ ପେୟ ରେ ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଅତି ସୁନ୍ଦର ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାର ଦେଖିବାକୁ ମିଳିଥିଲା ।
