April 29, 2026

ମୋହନା ବ୍ଲକରେ ୫୯୫ ସ୍ଥାନାନ୍ତର, ପ୍ରଶାସନ ସଜାଗ ,ସମ୍ବେଦନଶୀଳ ଅଞ୍ଚଳ ପ୍ରତି ପ୍ରଶାସନର ତୀକ୍ଷ୍ନ ନଜର ,ବାତ୍ୟା ଆଶ୍ରୟସ୍ଥଳୀ ରେ ୬୯ ଜଣ ଗର୍ଭବତୀ..

IMG-20251027-WA0034
Share

ମୋହନା(ଗଣେଶ ବିଷୋୟୀ)ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ନେଇ ମୋହନା ବ୍ଲକର ୩୯ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଓ ସମ୍ବେଦନ ଶୀଳ ଅଞ୍ଚଳ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଜପତି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା ମୋହନା ବ୍ଲକ ପାଇଁ ନୋଡ଼ାଲ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ତହସିଲଦାର ଚକ୍ରଧର ପାଢ଼ୀ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଭାକର ସେଠୀ, ସିଡ଼ିପିଓ ସବିତା ପଟ୍ଟନାୟକ,ବିଇଓ ନରେନ୍ଦ୍ର କୁମାର ବେହେରା, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ,ଏବିଡିଓ ରମାକାନ୍ତ ଚ଼ୌଧୁରୀ, ଜିପିଡ଼ିଓ ଦୀପକ ପ୍ରଧାନ, ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବରାମ ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଟିମ ଗଠନ କରି ଦାୟିତ୍ୱ ବଣ୍ଟନ କରାଯାଇଛି।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ଟିକିନିଖି ଖବର ଉପରେ ନଜର ରଖାଯାଉଛି। ଅଧିକାରୀମାନେ ବିଭିନ୍ନ ଅଞ୍ଚଳକୁ ଯାଇ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରୁ ଖବର ଲେଖା ହେବା ମଧ୍ୟରେ ମୋଟ ୫୯୫ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସୁରକ୍ଷିତ ଭାବେ ଅଣାଯାଇ ସକାଳେ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରରେ ରନ୍ଧା ଖାଦ୍ୟ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ପୁରୁଷ ୨୧୧,ମହିଳା ୨୧୭,ଗର୍ଭବତୀ ୬୯ ଓ ଶିଶୁ ୯୮ ଜଣଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡ଼ିକରେ ଥଇଥାନ କରାଯାଇଛି। ଭୂସ୍ପଳନ ତଥା ସମ୍ବେଦନଶୀଳ କଟାମା ପଞ୍ଚାୟତର ପାଜିଗୁଡ଼ି, କର୍ଚ୍ଚବାଡ଼ି ପଞ୍ଚାୟତର ଢ଼େପାଲାଞ୍ଜୁ ,ଦମାଦୁଆ ପଞ୍ଚାୟତର ଆଠ ବଖରା,ମେରାପଲ୍ଲୀ ପଞ୍ଚାୟତର ବନ୍ଧାଗୁଡ଼ା, ଅଡ଼ବା ପଞ୍ଚାୟତର ସୋଲାଗୁଡ଼ା, ଟି. ରାଇସିଂ, ଲୁହାଗୁଡ଼ି ପଞ୍ଚାୟତର କନ୍ଧଗଣି ଆଦି ଅଞ୍ଚଳରେ ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଜେସିବି ୧୫ ଟି ଓ ପୋକଲିନ ୩ ଟି ସଜାଗ ହୋଇ ରଖାଯାଇଛି ବୋଲି ସୂଚନା ମିଳିଛି।

You may have missed